ଦିଗପହଣ୍ଡି:ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ ପାଇଁ ପ୍ରସ୍ତୁତି

0
188

ଦିଗପହଣ୍ଡି,୧୦/୯- ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ସକାଳ ୮ ଘଣ୍ଟା ସମୟରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ଆର୍ ଆଇ ସର୍କଲ ଓ ଦେଖାଳୀ ଆରଆଇ ସର୍କଲ ଥିବା ସମସ୍ତ ଗ୍ରାମକଣ୍ଠ କେସ ରାଜସ୍ବ ବିଭାଗ ପକ୍ଷରୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ ନିମନ୍ତେ କ୍ଷେତ୍ର ପରିଦର୍ଶନ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର ଓ ରାଜସ୍ବ ନୀରିକ୍ଷକ ଫକୀର ମୋହନ ରାଉତ ଓ ଦେଖାଳି ରାଜସ୍ବ ନୀରିକ୍ଷକ ଭଗବାନ ପାତ୍ରଙ୍କ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ନେଇ ତଦନ୍ତ କରିବା ସହ ଏହାର ରିପୋର୍ଟ ତୁରନ୍ତ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ରାଜସ୍ବ ବିଭାଗର ୮ ଟି ଟିମ୍ ତହସିଲ ଅଧିନ ବିଭିନ୍ନ ରାଜସ୍ବ ଗ୍ରାମ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡିଛି । ବିଭିନ୍ନ ଗ୍ରାମର ଲୋକେ ନିଜ ନାମରେ ଘରୱରୀସତ୍ତ୍ବ ନିଜ ନାମରେ ନ ଥିବା ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରତି ଗ୍ରାମରେ କ୍ଯାମ୍ପକୋର୍ଟ କରାଯାଇ ତ୍ୱରିତ ଫଇସଲା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ନିଜ ନିଜର ଆପତ୍ତି ଦରଖାସ୍ତ ଘରୱରୀ ଓ ଜମିପଟ୍ଟା ନିମନ୍ତେ ରାଜସ୍ୱ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ତହସିଲ ପ୍ରଶାସନ ତରଫରୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ଘରୱରୀ ସତ୍ତ୍ବାଧିକାରୀଙ୍କୁ ଗାର୍ମକଣ୍ଠ ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲଦାର ଶ୍ରୀ ସ୍ବାଇଁ ଜଣାଇଛନ୍ତି । ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ସ୍ଥାନୀୟ ଆରଆଇକୁ ଏବଂ ଦେଖାଳୀ ସର୍କଲ ପାଇଁ ଅତିରିକ୍ତ ତହସିଲଦାର ବୁଝୁଥିବା ବେଳେ ଏହି ତଦନ୍ତ ସମୟରେ ଜିଓ ଟେକିଙ୍ଗ ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ଦିଗପହଣ୍ଡି ପ୍ରତିନିଧି ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here