ରାଜ୍ୟ-ସ୍ତରୀୟ ଭଲିବଲ ଚମ୍ପିଆନଶିପ୍-୨୦୧୯-୨୦ ଅବସରରେ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

0
274

ପାରଳାଖେମୁଣ୍ଡି ୧୦/୯-ଚଳିତ ମାସର ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ବାଳକ(୧୪-ବୟସ) ଏବଂ ବାଳକ ଓ ବାଳିକା(୧୭-ବୟସ ମଧ୍ୟରେ) ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ପ୍ରତିଯୋଗିତା ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ।

ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରି ଏହି ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ଖେଳ ପାରଳାଖେମୁଣ୍ଡି ଠାରେ ପ୍ରଥମ କରି ହେଉଥିବା ଏବଂ ଏଥିରେ ୩୦ ଟି ଜିଲ୍ଲାର ପ୍ରାୟ ୭୦୦ ବାଳକ ବାଳିକା ଖେଳାଳୀ ଅଂଶଗ୍ରହଣ କରୁଥିବା ଯୋଗୁଁ ଏଥିରେ କୌଣସି ପ୍ରକାର ଅବ୍ୟବସ୍ଥା ଯେଭଳି ନ ହେବ , ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ବୟ ରଖି ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ ।
ବୈଠକ ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇ ଏହି ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଆନ ଶିପ୍ ଖେଳରେ ବାଳକ(୧୪-ବୟସ) ଓ ବାଳକ-ବାଳିକା(୧୭-ବୟସ) ବିଭାଗର ମୋଟ ୫୫ ରୁ ୬୦ ଟି ଦଳ ଭାଗ ନେବା ସହ ପ୍ରାୟ ୨୫ ଜଣ ଅଫିସିଆଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୁଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବିଭାଗକୁ ,ପ୍ରାଥମିକ ଚିକିତ୍ସ୍ୟା ବ୍ୟବସ୍ଥା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ , ପଡିଆ ସଫା-ସୁତୁରା ସହ ପାନୀୟ ଜଳ ବ୍ୟବସ୍ଥା ପାଈଁ ପୌରସଂସ୍ଥା କୁ, ପଡିଆ ଓ ଭଲିବଲ କୋର୍ଟ ପ୍ରସ୍ତୁତି ପାଈଁ ରାସ୍ତା ଓ କୋଠାବାଡି ବିଭାଗକୁ , ଅସ୍ଥାୟୀ ଲେଟ୍ରିନ ଓ ୟୁରିନାଲ ଏବଂ ପାଣି-ଟ୍ୟାଙ୍କ ପାଇଁ ପିଏଚଡି: ବିଭାଗକୁ , ଜିଲ୍ଲା ବାହାରୁ ଆସିବା ଖେଳାଳିଙ୍କୁ ଷ୍ଟେସନରୁ ଆଣିବାକୁ ଗାଡ଼ିର ବ୍ୟବସ୍ଥା ପାଇଁ ଜିଲ୍ଲା ପରିବହନ ବିଭାଗକୁ , ମେଗା ଚମ୍ପିଆନ ଶିପ୍ ଖେଳର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗକୁ , ଖେଳ ପଡ଼ିଆରେ ଅଗ୍ନିଶମ ଗାଡି ସହ କର୍ମଚାରୀ ମୃତୟନ ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ,ବିଦ୍ୟୁତ ବିଭ୍ରାଟ ନ ହେବା ଦିଗରେ ତିକ୍ଷଣ ଦୃଷ୍ଟି ଦେବାପାଇଁ ସାଉଥକୋ ନିର୍ବାହୀଯନ୍ତ୍ରୀଙ୍କୁ ବୈଠକ ରେ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଦେଶ ଦିଆ ଯାଇଥିଲା ।
ଅନ୍ୟ ପକ୍ଷରେ ବୈଠକରେ ମୁଖ୍ୟତଃ ବାହାର ଜିଲ୍ଲାରୁ ଆସିବାକୁ ଥିବା ଖେଳାଳୀ ଓ ଅଫିସିଆଲ ମାନଙ୍କ ରହିବା ,
ଖାଇବା , ଶୋଇବା ପ୍ରଭୃତି ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର, ଡି ଡବ୍ଲୁ ଓ ସନ୍ତୋଷ କୁମାର ରଥ , ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଡି ଆଇ ପି ଆର ଓ ,ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ : ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here