ସପ୍ତାହ ପୂଜିତ ଗଜାନନଙ୍କ ବିସର୍ଜନ

0
205

ହିଞିଳିକାଟୁ ୧୦/୯ ହିଞିଳିକାଟୁ ବ୍ଳକ ଓ ପୋୖର ପରିଷଦରେ ଏକ ସପ୍ତାହ ଧରି ପୂଜାର୍ଚ୍ଚନା ପାଇ ଆସୁଥିବା ଶ୍ରୀ ଗଜାନନଙ୍କୁ ଭସାଣି କରାଯାଇଛି।ଏହି ଭସାଣି ସନ୍ଧ୍ୟା ସମୟରେ ହୋଇଥିବା ଦେଖିବାକୁ ମିଳିଥିଲା ।ସହରର ବଡ ବଡ ମେଢ଼ ପ୍ରାୟ ପାଟଣା ସାହି,ଧୋବା ସାହି,ରେଗିଡି କଲେଜ ଛକ, ବଡ ସାହି, ସାନ ସାହି ,ଆଙ୍କୋରଡ଼ା ସମେତ ବହୁ ଗ୍ରାମାଞ୍ଚଳ କଞ୍ଚୁରୁ ରାଳବ, ପାଳସୀ ,ଧୋବା ସାହି, ବାଉରୀ ସାହି,ଗଣ୍ଡଳା,କାଶପୁର ସାହି, ଶାନ୍ତି ନଗର ଆଦି ପୂଜା ପାଇଥିବା ମେଢ଼ଗୁଡିକର ଶ୍ରୀ ଗଣପତି ବାପାଙ୍କୁ ବିଭିନ୍ନ ଚାରିଚକିଆ ଜାନରେ ଧୂପଦୀପ ଦେଇ ପ୍ରଥମେ ସାହି ପରିକ୍ରମା କରି ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ନୃତ୍ୟ,ସାଂସ୍କୃତିକ କାର୍ଯ୍ୟକ୍ରମ,ବାଯାବାଜଣା, ଡିଜେ ସହ ପରିକ୍ରମା କରିଥିଲେ ।ସହର ଓ ଅଞ୍ଚଳରେ ଥିବା ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା ।ପରେ ନିଜନିଜ ସାହିର କମିଟ ସଦସ୍ୟ ମାନେ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here