ଜାତୀୟ କୃଷି ବଜାର ସମ୍ପର୍କୀତ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
257

ପାରଳାଖେମୁଣ୍ଡି ୧୧/୯- ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମା ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଉପାଦକ ସଙ୍ଗଠନ, ବ୍ୟବସାୟୀ, ଚାଷୀ ଓ ପ୍ରକ୍ରିୟାକାରିଙ୍କ ପାଇଁ ଜାତୀୟ କୃଷି ବଜାର (ନାମ୍) ସମ୍ପର୍କୀତ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଜାର କମିଟି ସମ୍ପାଦକ ଡି. ଗଣପତି ସଭାପତି କରି ଭାରତ ଓ ରାଜ୍ୟ ସରକାରଙ୍କ ମିଳିତରେ ହୋଇଥିବା ଇ-ନାମ୍ ଦ୍ୱାରା ଚାଷୀ ମାନେ ସେମାନଙ୍କ ପରିଶମରେ ଉପାଦିତ ଫସଲର ଉଚିତ କିଭଳି ପାଇଁ ପରିବେ ତାହା କହିଥିଲେ। ଜିଲ୍ଲାପାଳ ଅନୁପମ ସାହା ଏଥିରେ ଯୋଗ ଦେଇ ଜାତୀୟ କୃଷି ବଜାର (ନାମ୍) ଏହି ଇଣ୍ଟରନେଟ ମାଧ୍ୟମରେ କିଣାବିକା ପାଇଁ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ଏକ ବଜାର ପୋରଟେଲ। ଯାହାକି ଚାଷୀ ଭାଇ ମାନଙ୍କ ପାଇଁ ଉପାଦିତ କୃଷି ଦ୍ରବ୍ୟର ବିକ୍ରିବାଟ କ୍ଷେତ୍ରରେ ଏକ ବଡ ସୁବିଧା ଚାଷୀ ମାନେ ଆଗାମୀ ଦିନରେ ସେମାନେ ଉପାଦିତ ଫସଲକୁ ଇ-ନାମ୍ ମାଧ୍ୟମରେ ପ୍ରଚଳିତ ଦରରେ ଇ-ଟ୍ରେଡିଙ୍ଗ ଦ୍ୱାରା ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ। ତେଣୁ ଏହି ପ୍ରକ୍ରିୟାକୁ ଗ୍ରହଣ କରି ଚାଷୀ ଅଧିକ ଫାଇଦା ନେବାପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିପଣନ ଓ ନିରୀକ୍ଷଣ ନିଦ୍ଧେଶାଳୟର ଅଧିକାରୀ ଆଲୋକ କୁମାର ଷଡ଼ଙ୍ଗୀ ଏବଂ ନାଁଗାଜୁନ୍ ଫଟିଲାଇଜସ୍ ଏଣ୍ଡ କେମିକେଲାସ ଲିମିଟେଡର ଇ-ନାମ୍ ରାଜ୍ୟ ସଂଯୋଜକ ପ୍ରସନ ଜୀତ୍ ଶାହା ପ୍ରମୁଖ ପ୍ରଶିକ୍ଷଣ ଭାବେ ଯୋଗ ଦେଇ ଇ-ନାମ୍ ର ପ୍ରକ୍ରିୟା ତାର ଡିଜିଟାଲ ବ୍ୟବହାର ଏବଂ ଇ-ନାମ୍ ମାକେଟିଙ୍ଗ ସମ୍ପର୍କରେ ବୁଝାଇଥିଲେ। ଇ-ନାମ୍ ରେ ଚାଷୀଙ୍କ ଉପାଦେତ ଦ୍ରବ୍ୟ ଦେଲେ ଉଚିତ୍ ମୂଲ୍ୟ ପାଇପାରିବେ ବୋଲି କହିଥିଲେ। ମଣ୍ଡିରେ ଜିନିସ ପହଞ୍ଚିବା ଠାରୁ ବିକ୍ରୟ ସରିବା ପର୍ଯ୍ୟନ୍ତ ଇ-ନାମ୍ ଦ୍ୱାରା ତାହା ନିୟନ୍ତ୍ରିତ ହୋଇଥାଏ। ଏହି ସବୁ ହିତା ଅଧିକାରୀ ପାଇଁ ବଡ ଲାଭ ପ୍ରକ୍ରିୟା ଏହି ପ୍ରକ୍ରିୟା ଦ୍ୱାରା ବିକ୍ରିବାଟ ହେଲେ ଅଧିକ ବିକଳ୍ପ ଓ ଲାଭର ପ୍ରତିଶ୍ରୁତି ମିଳିଥାଏ। ଏହି କିଣାବିକା ପାଇଁ ରାଷ୍ଟ୍ରୀୟ ବଜାର ପଯ୍ୟନ୍ତ ସୁଯୋଗ ମିଳିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଅଧିକାରୀ ମାଧବ ରାଓ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖ ମଂଚସିନ ରହି ଇ-ନାମ୍ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ, ବ୍ୟବସାୟ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here