Home ରାଜ୍ୟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

0
186

ପାରଳାଖେମୁଣ୍ଡି ୧୧/୯- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ସ୍ଥିତ ବ୍ଲକ୍ କାର୍ଯ୍ୟଳୟ ସଭାଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ- ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଯୋଗଦେଇ ଜନ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ମୋଟ ୧୦୫ ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତି ଗତ ଭାବେ ୯୦ଟି ଏବଂ ଗୋଷ୍ଠୀଗତ ଭାବେ ୧୫ ଟି ଲିଖିତ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ କାର୍ଯ୍ୟ ସ୍ଥଳରେ ୪ ଗୋଟି ଜନ ଅଭିଯୋଗ ଶୁଣାଣି ର ସମାଧାନ କରିଥିଲେ। ୪ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଅଭିଯାନ ଗୁଡିକ ମଧ୍ୟରେ ଅଧିକାଂଶ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଉପରେ ଥିଲା। ଏହି ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଚାପରା ତାରେକେଶ୍କର, ବିଡିଓ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।


ରିପୋର୍ଟ: ପ୍ରଭାତ ପାତ୍ର

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!