ଦୁର୍ବୃତ୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ଆହତ

0
188

ହିଞିଳିକାଟୁ: ୧୧/୯ : ହିଞିଳି ଥାନା ଅନ୍ତର୍ଗତ ତହଁର ଗ୍ରାମରେ ଏକ ଭୟାବହ ଘଟଣା ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଧବାର ପୂର୍ବତନ ସରପଞ୍ଚଙ୍କୁ କିଛି ଦୁବୃର୍ତ ଆକ୍ରମଣ କରିଥିବା ଘଟଣା ଜଣାପଡିଛି । ଦୁବୃର୍ତଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଜଣକ ଉକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢି ଜଣାପଡିଛି । ପୋଲିସଙ୍କ ସୂଚନା କ୍ରମେ ତହଁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପାଢି ସବୁଦନ ପରି ବୁଧବାର ଦିନ ମଧ୍ୟ ବଢି ଭୋର ପ୍ରାୟ ୪ଟାରେ ଶୌଚ ସକାଶେ ଘର ବାରି ପଛପଟ ପାଇଖାନାକୁ ଯାଇଥିଲେ । ଉକ୍ତ ସମୟରେ ପୂର୍ବ ଯୋଜନା ମୁ୍ତାବକ ପାଢିଙ୍କ ଘରର ବାରି ପଛପଟ ପାଇଖାନା ନିକଟରେ ଦୁବୃର୍ତ ମାନେ ଛକି ରହିଥିଲେ । ପଦ୍ମ ଠିକ ଶୌଚ ନିମନ୍ତେ ପାଇଖାନା ନିକଟକୁ ଆସିବା ସମୟରେ ହି ଦୁବୃର୍ତ ମାନେ ତାଙ୍କ ଉପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁବୃର୍ତଙ୍କ ଆକ୍ରମଣର ଶିକାର ହୋଇ ତଳେ ପଡ଼ି ବହୁ ଜୋରରେ ଚିତ୍କାର କରିବା ଫଳରେ ତାଙ୍କ ସାନ ଭାଇ ଘଟଣା ସ୍ଥଳକୁ ଦୌଡ଼ି ଆସି ଦେଖିବା ବେଳକୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସାନଭାଇ ଘଟଣା ସ୍ଥଳରୁ ଗୁରତର ଅବସ୍ଥାରେ ପଦ୍ମଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଚିକିତ୍ସା ପାଇଁ ଭର୍ତି କରିଥିଲେ ।ଏନେଇ ତାଙ୍କ ପରିବାର ଲୋକେ ହିଞିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ହିଞିଳି ପୋଲିସ ଘଟଣାର ତଦନ୍ତ ଚଳାଇ ଅନୁସନ୍ଧାନ କରୁଥିବା ଥାନା ଭାରପ୍ରାପ୍ତ ଅଧିିକାରୀ ଅଭିମନ୍ୟୁ ଦାସ କହିଛନ୍ତି

LEAVE A REPLY

Please enter your comment!
Please enter your name here