ସାନଖେମୁଣ୍ଡି,୧୨/୯ -ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଆଜି ଅପରାହ୍ନରେ ସାନଖେମୂଣ୍ଡି ଗସ୍ତ କରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱବୋଧ କୁ ତର୍ଜମା କରିବା ସହିତ କର୍ମଠ ହେବାକୁ ପରାମର୍ଶ ଦେବା ସହ କର୍ତ୍ତବ୍ୟରେ ଅବହେଳାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସଜାଗ ରହିବାକୁ ତାଗିଦ୍ କରିଛନ୍ତି ।ତହସିଲଦାର ଶ୍ରୀ ଅମିତ କୁମାର୍ ନାୟକ ଙ୍କ ଦ୍ଵାରା ଉପସ୍ଥାପିତ ରାଜସ୍ବ ଆଦାୟ,ମୁଟେସନ୍,ଗ୍ରାମ କଣ୍ଠ, ସରକାରୀ ଜମି ଜବରଦଖଲ ,ଲଘୁ ଖଣିଜ ସ୍ରୋତର ନିଲାମୀ,ପ୍ରମାଣ ପତ୍ର ସମନ୍ଧୀୟ ପ୍ରଗତିକୁ ନେଇ କର୍ମଚାରୀଙ୍କ ସମନ୍ୱୟ ଅଭାବକୁ ଗୁରୁତ୍ୱାରୋପ କରିଥିଲେ ।ଉପ ଜିଲ୍ଲାପାଳଙ୍କ ତହସିଲ ପରିଦର୍ଶନ ସମୟରେ ଅଞ୍ଚଳର ବହୁ ମୌଜାରେ ଭୁ ବନ୍ଦୋବସ୍ତ ହୋଇନଥିବା ହେତୁ ଜମି କିଣା ବିକା,ପ୍ରମାଣ ପତ୍ର ପାଇଁ ଆବଶ୍ୟକ ନଥି ପ୍ରଦାନରେ ଅସୁବିଧା କାରଣରୁ ଅଯଥା ହଇରାଣ ହେଉଥିବା ଦର୍ଶାଇ ଆମ୍ବ ଗାଁ ମୌଜା ର ବହୁ ବ୍ୟକ୍ତି ସଂଗଠକ ଗଦାଧର ସ୍ୱାଇଁଙ୍କ ନେତୃତ୍ୱରେ ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଅତିରିକ୍ତ ତହସିଲଦାର ପଦବୀ ବହୁଦିନ ହେବ ଖାଲି ପଡିଥିବାରୁ ଏହାର ସୁ ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ ।ପରିଶେଷରେ ନିର୍ଦ୍ଧିଷ୍ଟ ସମୟରେ ବହୁ ପୁରୁଣା ଜମିଜମା ସଂକ୍ରାନ୍ତୀୟ କେଶ୍ ର ଆଖି ଦୃଷ୍ଟିଆ ଫୈସଲା ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ ।





