ଛତ୍ରପୁର: ଧାରଣା ରେ ବସିଲେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ

0
193

ଛତ୍ରପୁର,୧୨/୯- ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମନେ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଖାମଖିଆଲି ନୀତି ଆଉ ସମସ୍ୟା ପ୍ରତି ଅଣଦେଖା ବିରୋଧରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସ୍ଥଗିତ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇ କଲେଜକୁ ସଂପୂର୍ଣ୍ଣ ରୁପେ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଇ କଲେଜର ସାମ୍ନା ଗେଟରେ ଛାତ୍ରଛାତ୍ରୀ ମାନେ ଧାରାଣାରେ ବସିଥିଲେ । ଏହା ଫଳରେ କଲେଜ ସଂପୂର୍ଣ୍ଣ ରୁପରେ ବନ୍ଦ ରହିଥିଲା । କଲେଜ ଅଧ୍ୟକ୍ଷା ବହୁତ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦଳନରୁ ଓହରି ନଥିଲେ ଯାହା ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ଛାତ୍ର ପ୍ରତିନିଧି ମାନେ ତଥାପି ଅହରି ନଥିଲେ ଶେଷରେ ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର ଫୋନ ଯୋଗେ ଛାତ୍ର ପ୍ରତିନିଧି ମାନଙ୍କ ସହିତ କଥାବାର୍ତ୍ତା କରି ଆଶ୍ୱାସନା ଦେଇ ଆସନ୍ତା କାଲି ଆଲୋଚନା କରିବା ସକାଶେ ବିଶ୍ୱବିଦ୍ୟାଳୟ ଡାକିଥିବାରୁ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ଓହରି ଥିଲେ । ଅଭିଯୋଗ ଅନୁଯାୟୀ ଯେ ୨୦୧୫ ବର୍ଷରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରୁ ପୃଥକ କରି କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷାଣ ହେବ ଠାରୁ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାରେ ପେଶି ହେଉଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଏବଂ ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ କରାଯାଇଛି ଏହି ଛତ୍ରପୁର ମହାବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୌଣସି ବି ସମସ୍ୟାକୁ ଗମ୍ଭୀର ଭାବେ ନେଉ ନାହାଁନ୍ତି, ବୋଲି ବିଷୋଦଗାର କରିଛନ୍ତି । ଏଥିପାଇଁ ଆଜି ଛାତ୍ରଛାତ୍ରୀ ମାନେ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଧିନ ରେ ରଖାଯାଉ ବୋଲି ସ୍ଲୋଗାନ ବାଜି ମଧ୍ୟ କରି କ୍ଲଷ୍ଟର ଅଧିନ ରେ ଦୀର୍ଘଦିନ ହେଲା କୌଣସି ପ୍ରକାର ମଧ୍ୟ ବିକାଶ ନ ହୋଇ କେବଳ ଛାତ୍ରଛାତ୍ରୀ ମାନଙ୍କ ବିନାଶ ହିଁ ବଢିଚାଲିଛି ବୋଲି ଅଭିଯୋଗ ବାଢିଛନ୍ତି ଏବଂ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଦାବିଗୁଡିକ ମଧ୍ୟରୁ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଠିକ ସମୟରେ ନ ହେବା ଓ ଅନ୍ୟ ଶିଲାବସ ରୁ ପ୍ରଶ୍ନପତ୍ର ଆସିବା ସେମିଷ୍ଟାର ରିଜେଲ୍ଟ ଠିକ୍ ସମୟରେ ନ ବାହାରିବା ତ୍ରୁଟିପୂର୍ଣ୍ଣ ଭାବେ ମାର୍କଦେବା ଯୁକ୍ତ ତିନି ସରିବା ପରେ ମଧ୍ୟ ବେକ୍ ପେପର ମାନଙ୍କ ରିଜେଲ୍ଟ ନ ବାହାରି ଏହି କାରଣ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ଖାମଖିଆଲି ନୀତି ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି ବୋଲି ଅଭିଯୋଗ ବାଢିଛନ୍ତି । ଏହି ଆନ୍ଦୋଳନରେ ଆଜି ଛାତ୍ରନେତା ମହେଶ ଗୌଡ, ଞ୍ଜାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡି, ଶିବାନୀ ନାହାକ, ପ୍ରିୟଙ୍କା ସାହୁ,ଲକ୍ଷ୍ମୀ ସାହୁ, ରୋହନ ଗୌଡ, ଅନ୍ତର୍ଯ୍ୟାମୀ ପ୍ରଧାନ, ଅମିତ ପୋଲେଇ, ପ୍ରଦିପ ନାହାକ, ସୁନିଲ ରାଉଳ, ଲିଙ୍ଗରାଜ ରେଡି,ଏନ୍ ଦୁଷ୍ମନ୍ତ ରାଓ, ସୁବ୍ରତ ଶତପଥୀ, ଜ୍ୟୋତିର୍ମୟୀ ଶତପଥୀ, ସଞ୍ଜୀବ ସ୍ୱାଇଁ, ଦେବାଶିଷ ବେହେରା ପ୍ରମୁଖ ଆନ୍ଦୋଳନକୁ ନେତୃତ୍ବ ନେଇ ଧାରଣାରେ ବସିଥିଲେ କଲେଜ ଅଧ୍ୟକ୍ଷା ଆଉ ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲରଙ୍କ ପ୍ରତିଶୃତି ପରେ ଧାରଣା କୁ ପ୍ରତ୍ୟାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here