ଭିଜିଲାନ୍ସ ଜାଲ ରେ ସ୍ବାସ୍ଥ୍ଯ କେନ୍ଦ୍ର କିରାଣୀ

0
340

ଖୋର୍ଦ୍ଧା,୧୨/୯- ପୁଣି ଭିଜିଲାନ୍ସ ଜାଲ ରେ ସରକାରୀ ବାବୁ।ମୃତ୍ୟୁ କାଳୀନ ସାର୍ଟିଫିକେଟ ଦେବାକୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗର କିରାଣି ଅଶୋକ କୁମାର ମହାନ୍ତି (୪୭) ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଶୋକଙ୍କଠାରୁ ଭିଜିଲାନ୍ସ ୧ ହଜାର ଟଙ୍କା ଜବତ କରିଥିବାବେଳେ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ରେ ନଂ. ୩୭/୧୯ରେ ମକଦ୍ଦମା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଶୋକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here