*କ୍ଲଷ୍ଟର ବିଶ୍ବବିଦ୍ୟାଳୟର ମନମାନି ନୀତି ବିରୋଧରେ ଛତ୍ରପୁର ମହାବିଦ୍ୟାଳୟର ପକ୍ଷରୁ ଘେରାଉ

0
561

ବ୍ରହ୍ମପୁର, ୧୩/୯ – ଗତକାଲି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମନେ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଖାମଖିଆଲି ନିତି ଆଉ ସମସ୍ଯା ପ୍ରତି ଅଣଦେଖା ବିରୋଧରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସ୍ଥଗିତ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇ କଲେଜକୁ ବନ୍ଦ କରି ମୂଖ୍ଯ ଫାଟକରେ ତାଲାପକାଇ ଗେଟ ସାମ୍ନାରେ ଧାରାଣାରେ ବସିଥିଲେ । ପରୀକ୍ଷା ଥିବାରୁ କଲେଜ ଅଧ୍ୟକ୍ଷା ପରୀକ୍ଷା ନିୟନ୍ତ୍ରକ ଫୋନରେ ଅନୁରୋଧ କରିବା ପରେ ଧାରଣରୁ ହଟିଥିଲେ।

ଆଜି ପୁଣି ଛତ୍ରପୁର ମହାବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଓ ଛାତ୍ର ପ୍ରତିନିଧି ମାନଙ୍କ ପକ୍ଷରୁ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟରକୁ ଘେରାଉ କରାଯାଇଥିଲା। ବିଶ୍ବ ବିଦ୍ୟାଳୟର ସାମ୍ନାରେ ଛାତ୍ରଛାତ୍ରୀ ମାନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ସ୍ଲୋଗାନ ଦେଇ ପରୀକ୍ଷାଜନୀତ ତ୍ରୁଟିକୁ ନେଇ ନିନ୍ଦା କରିଥିଲେ । ଓ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନସ୍ଥ କରାଯାଉ ।କ୍ଲଷ୍ଟର ବିଶ୍ବବିଦ୍ୟାଳୟରୁ ଭିନ୍ନ କରାଯାଉ ବୋଲି ମଧ୍ଯ ଦାବିକରି ସ୍ଲୋଗାନ ଦେଇଥିଲେ ।

ଅଭିଯୋଗ ଅନୁଯାୟୀ ଯେ ୨୦୧୫ ବର୍ଷରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଘୋଷାଣ ହେବ ଠାରୁ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାରେ ପେଶି ହେଉଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଏବଂ ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ କରାଯାଇଛି ତଥାପି ଛତ୍ରପୁର ମହାବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟ କୌଣସି ବି ସମସ୍ୟାକୁ ଗମ୍ଭୀର ଭାବେ ନେଉ ନାହାଁନ୍ତି ବୋଲି ବିଷୋଦଗାର କରିଛନ୍ତି। ଏଥିପାଇଁ ଆଜି ଛାତ୍ରଛାତ୍ରୀ ମାନେ ଆମକୁ ପୂର୍ବ ଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଧିନରେ ରଖାଯାଉ ବୋଲି ଦାବି କରିଥିଲେ । କ୍ଲଷ୍ଟର ଅଧିନରେ ଦୀର୍ଘଦିନ ହେଲା କୌଣସି ପ୍ରକାର ମଧ୍ଯ ବିକାଶ ନହୋଇ କେବଳ ଛାତ୍ରଛାତ୍ରୀ ମାନଙ୍କ ବିନାଶ ହିଁ ବଢିଚାଲିଛି ବୋଲି ଛାତ୍ରନେତା ମାନେ ଅଭିଯୋଗ ବଖାଣିଛନ୍ତି ।
ଦାବିଗୁଡିକ ମଧ୍ୟରୁ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଠିକ ସମୟରେ ନ ହେବା ଓ ଅନ୍ଯ ଶିଲାବସ ରୁ ପ୍ରଶ୍ନପତ୍ର ଆସିବା ସେମିଷ୍ଟାର ରିଜେଲ୍ଟ ଠିକ୍ ସମୟରେ ନ ବାହାରିବା ତ୍ରୁଟିପୂର୍ଣ୍ଣ ଭାବେ ମାର୍କଦେବା ଯୁକ୍ତ ତିନି ସରିବା ପରେ ମଧ୍ଯ ବେକ୍ ପେପର ମାନଙ୍କ ରିଜେଲ୍ଡ ନ ବାହାରି ଏହି ସବୁ କାରଣକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଖାମଖିଆଲି ଭାବେ ନେବାରୁ ଆଜି ଶହଶହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ଯତ ଅନ୍ଧାରକୁ ଠେଲି ହେଇଯାଉଛି ବୋଲି କହିଛନ୍ତି ।
ଏହି ଆନ୍ଦୋଳନରେ ଆଜି ଛାତ୍ରନେତା ଇଜୁ ଆମିନ୍ ଖାନ୍ ଙ୍କ ନେତୃତ୍ଵରେ ଜଲାଲ ଖାନ, ମହେଶ ଗୌଡ, ଞ୍ଜାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡ୍ଡି , ଅଭିଷେକ ପଟ୍ଟନାୟକ, ରୋହନ ଗୌଡ, ଅନ୍ତର୍ଯ୍ୟାମୀ ପ୍ରଧାନ, ଅମିତ ପୋଲେଇ ,ପ୍ରଦିପ ନାହାକ, ସୁନିଲ ରାଉଳ, ଲିଙ୍ଗରାଜ ରେଡି,ଏନ୍ ଦୁଷ୍ମନ୍ତ ରାଓ, ମାନସ ଗୌଡ ଏହି ସମସ୍ତେ ଆନ୍ଦୋଳନକୁ ନେତୃତ୍ବ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଳପତି ଙ୍କ ଅନୁପସ୍ଥିତି ଯୋଗୁ ବିଶ୍ବବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର ଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତି ତର୍କ ହେବା ପରେ ଆଗାମୀ ପନ୍ଦର ଦିନ ମଧ୍ୟରେ ବୌଠକ ଡକାଇ ଏ ସମସ୍ତ ସମସ୍ୟା ସମାଧାନ କରିବାର ପ୍ରତିଶୃତି ପରେ ଧାରଣା କୁ ପ୍ରତ୍ଯାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here