ଖଲ୍ଲିକୋଟ:ଗ୍ରାମ୍ୟ ନିର୍ମାଣ ବିଭାଗରେ ଦୂର୍ନୀତି ର ଗନ୍ଧ!! କରିତ୍ କର୍ମା ଏସ . ଡି . ଓ ଙ୍କ ବିଚକ୍ଷଣ କାର୍ଯ୍ୟ

0
203

ଖଲ୍ଲିକୋଟ, ୨୨/୧ – ରାଜ୍ଯ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ଉନ୍ନତି ପାଇଁ କୋଟି କୋଟି ବ୍ୟୟବରାଦ କରୁଛନ୍ତି। ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କୋଠା ନିର୍ମାଣ କରାଯାଇ ଗ୍ରାମାଞ୍ଚଳ ର ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବା ଉଦ୍ଦେଶ୍ଯ ରେ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। କିନ୍ତୁ କେତେକ ଦୂର୍ନୀତିଗ୍ରସ୍ତ ଯନ୍ତ୍ରୀ ଏହାର ସୁଯୋଗ ରେ ମିଥ୍ଯା ବିଲ୍ ଜରିଆ ରେ ସରକାରୀ ରାଜସ୍ବ ଲୁଟ କରୁଛନ୍ତି।ଏମିତି ଏକ ଉଦାହରଣ ହେଉଛି,ଖଲ୍ଲିକୋଟ ସ୍ଥିତ ଗ୍ରାମ୍ୟ ନିର୍ମାଣ ସବଡିଭିଜନ କାର୍ଯ୍ୟାଳୟ। ବିଶେଷ କରି , ଚଳିତ ବର୍ଷ ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ଚାନ୍ଦା ଭେଦା ଉଦ୍ଦେଶ୍ଯ ରେ ଏହି ସବଡିଭିଜନ ଅଧିନରେ,ଜାନୁଆରୀ ମାସ ଠାରୁ ମାର୍ଚ୍ଚ ମାସ ପଯ୍ୟନ୍ତ ମିଥ୍ଯା ବିଲ୍ ଜରିଆ କୋଟି କୋଟି ଲୂଟ କରାଯାଇଥିବା ଜଣାଯାଇଛି। ଏହି ସବଡିଭିଜନ ଅଧିନରେ ଉପରୋକ୍ତ ସମୟରେ ହୋଇଥିବା ସମସ୍ତ କାର୍ଯ୍ୟ ରେ ଦୂର୍ନୀତିର ଗନ୍ଧ ବାରିହୁଏ। ଏଣୁ ଏହି ସବଡିଭିଜନ ଅଧିନରେ ହୋଇଥିବା ସମସ୍ତ କାର୍ଯ୍ୟ କୁ ଭିଜିଲାନ୍ସ ବିଭାଗ ଦ୍ବାରା ତଦନ୍ତ କରିବାକୁ, ମାନ୍ୟବର ମୂଖ୍ଯମନ୍ତୀ ଙ୍କ ଠାରେ ଖଲ୍ଲିକୋଟ ଅଚଂଳ ବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here