ପଲିଥିନ ମୁକ୍ତ ସୁସ୍ଥ-ସମାଜ ଗଠନ ପାଇଁ ସଚେତନତା

0
318

ପାରଳାଖେମୁଣ୍ଡି ୧୪/୯- ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ରାସ୍ତା ଓ କୋଠା ବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ ଓ ଗଜପତି ଜିଲ୍ଲା ଜାତୀୟ ରାଜପଥ ବିଭାଜନ’ର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ’ ର ମିଳିତ’ରେ ପଲିଥିନ ବର୍ଜନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ରାସ୍ତା ଓ କୋଠାବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ’ଙ୍କ ନେତୃତ୍ୱରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ବିଭାଗୀୟ ଯନ୍ତ୍ରୀ , କର୍ମଚାରୀ ଓ ଠିକାଦାର ମାନେ ଉଭୟ କାର୍ଯ୍ୟଳୟ ସାମନାରେ ପଲିଥିନ ବର୍ଜନ-ସୁସ୍ଥ ସମାଜ ଗଠନ , ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସେଠାରେ ବୁଲି ସଚେତନ କରାଇଥିଲେ ।
ମୁଖ୍ୟତଃ “ସ୍ୱଚ୍ଛତା ହିଁ ସେବା” , “ସ୍ୱଚ୍ଛ-ଭାରତ” , “ସୁସ୍ଥ-ଭାରତ ଓ “ସୁନ୍ଦର ତଥା ଉନ୍ନତ ଭାରତ” ପ୍ରଭୃତିକୁ ଆଧାର କରି ଏହି ପଲିଥିନ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ପଲିଥିନ ବ୍ୟବହାର ଦ୍ବାରା ସମାଜରେ ଦେଖା ଦେଉଥିବା କୁ-ପ୍ରଭାବ , ତାର ଦୁର୍ଗୁଣ ଓ ଅପକାରିତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରା ଯାଇଥିଲା । ଏଥି ସହିତ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବର୍ଜନ କରିବା ଦ୍ବାରା କିଭଳି ଏକ ସୁସ୍ଥ ପରିବେଶରେ ପଲିଥିନ ମୁକ୍ତ ସୁସ୍ଥ ସମାଜ ଗଠନ ହେବାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଥାଏ , ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦିଆ ଯାଇଥିଲା ।
ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଜ୍ଞାସା ସାମଲ , ସହକାରୀ ଯନ୍ତ୍ରୀ ପି:ଶ୍ରୀନିବାସ ରାଓ , ଯନ୍ତ୍ରୀ ସାନମୁଖ ରାଓ , କନିଷ୍ଠ ଯନ୍ତ୍ରୀ ଗୌରୀ ପ୍ରସାଦ ସେଠୀ , ବରିଷ୍ଠ କର୍ମଚାରୀ ଏମ: ଶେଖର ରାଓ’ଙ୍କ ସମେତ ଅନ୍ୟାନ୍ୟ ଯନ୍ତ୍ରୀ , କର୍ମଚାରୀ ଓ ଠିକାଦାର ମାନେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here