ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟକ୍ରମ, ଚାରା ରୋପଣ

0
196

ଗୋପାଳପୁର,୧୫/୯ – ଗୋପାଳପୁର ବେଳାଭୂମି ଠାରେ ଆଜି ସହକାରୀ ଜିଲ୍ଲାପାଳ , ବିନୋଦ କୁମାର ବେହେରା,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ଲାଷ୍ଟିକ ଓ ପଲିଥିନ ନିଷିଦ୍ଧ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି । ଦୋକାନ ଗୁଡ଼ିକୁ ବୁଲି ଦେଖିବା ସହ ବୃକ୍ଷ ରୋପଣ କରାଯାଇଥିଲା। ବେଳାଭୂମି ସଫେଇ କାର୍ଯ୍ୟ ଢୃରାନିତ କରାଯିବା ସହ ସାହି ସାହି ପରିଦର୍ଶନ କରି ଜବରଦଖଲ ଉଚ୍ଛେଦ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଙ୍କ “ମୋ ଗୋପାଳପୁର ” ଲୋଗୋ କୁ କିପରି ଗୋପାଳପୁର ସହର କୁ ସ୍ଵଛ, ସୁନ୍ଦର,ସରସ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ ଓ ସହଯୋଗ କାମନା ଲୋଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ଏନ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମାଶଙ୍କର ସେଠୀ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here