ଫୋଟଗ୍ରାଫର ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ

0
188

ହିଞିଳିକାଟୁ ୧୫/୯ (ନିପ୍ର) ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ପୋୖର ପରିଷଦ ନିକଟସ୍ଥ ମା ଶ୍ୟାମଳାଇ ଶକ୍ତିପୀଠ ପରିସରରେ ହିଞିଳିକାଟୁ ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବ୍ରହ୍ମପୁର ର ଫୋଟଗ୍ରାଫି ସଙ୍ଘର ଉପ ସଭାପତି ଦୁର୍ଗାପ୍ରସାଦ ଶତପଥୀ ଓ ରବିନାରାୟଣ ମହାରଣାଙ୍କ ଉପସ୍ଥିତରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ସର୍ବ ସହମତି କ୍ରମେ ନବକଳେବର ପଣ୍ଡାଙ୍କୁ ସଭାପତି, ନଳିନିକାନ୍ତ ମିଶ୍ରଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି।ସମ୍ପାଦକ ଭାବେ ତାରାପ୍ରସାଦ ପଟନାୟକ, ସହ ସମ୍ପାଦକ ଭାବେ ରବିନାରାୟଣ ମହାନ୍ତି, ଲିଙ୍ଗରାଜ ଦାସ,ଟୁଟୁ ବାଡତ୍ୟା,ସୁନିଲ କୁମାର, କୋଶାଧକ୍ଷ ବିଶ୍ୱଜିତ ପାଢ଼ୀଙ୍କୁ ମନୋନୀତ କରାଯାଇଥିଲା।ଫୋଟଗ୍ରାଫର ଆସୋସିଏସନ ର ମୁଖ୍ୟ ଉଦେଶ୍ୟ ଥିଲା ପୌର ପରିଷଦ ଓ ଆଖପାଖ ଅଞ୍ଚଳର ଭିଡ଼ିଓଗ୍ରାଫର ଓ ଫୋଟଗ୍ରାଫରଙ୍କ ବିଭିନ୍ନ ସମସ୍ୟା ଓ ସାମାଧନ ଉପରେ ଆଲୋଚନା ହୋଇଥିଲା ।ଏହି ବୈଠକରେ ଅଞ୍ଚଳର ସମସ୍ତ ଷ୍ଟୁଡିଓ ମାଲିକ,ଫୋଟଗ୍ରାଫର ଓ ଭିଡ଼ିଓଗ୍ରାଫର ଯୋଗଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଗୌରହରି ମହାରଣା, ରାଜେଶ ପାଢ଼ୀ, ଟିଟୁ ପାଣିଗ୍ରାହୀ, ତପନ ଦାସ, ସୁଶାନ୍ତ ସାହୁ,ମୋହନ ଗୌଡ଼, ଦୁର୍ଗା ସାହୁ, ରାଧେଶ୍ୟାମ ବାଡ଼ତ୍ୟା, ପ୍ରତାପ ପଟନାୟକ, ସତ୍ୟବ୍ରତ ପଟନାୟକ ପ୍ରମୁଖଙ୍କ ସମେତ ୫୦ଜଣ ଫୋଟ ଓ ଭିଡିଓ ଗ୍ରାଫି ଯୋଗଦେଇ ଥିଲେ ।

ରିପୋର୍ଟ : ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here