ଗଳା କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

0
184

ହିଞିଳିକାଟୁ ୧୫/୯ (ନିପ୍ର) :ଗଞ୍ଜାମ ଜିଲ୍ଲା ହିଞିଳି ଥାନା ଶେରଗଡ ଅନ୍ତର୍ଗତ ପିତଳ ଗ୍ରାମର ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ଏକ ଛୁରୀ ସାହର୍ଯ୍ୟରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଯୁବକ ଜଣକ ପିତଳ ଗ୍ରାମ ରଥ ସାହି ବାସିନ୍ଦା କାହ୍ନୁ ଡ଼ାକୁଆ (୩୦) । ରବିବାର ଅପରାହ୍ନରେ କୌଣସି କଥାକୁ ନେଇ କାହ୍ନୁ ସହ ପରିବାର ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ନିଜ ଘରେ ଥିବା ଏକ ଧାରୁଆ ଛୁରୀ ସାହାର୍ଯ୍ୟରେ ଗଳାକୁ କାଟି ଗୁରୁତର ଆହତ ହୋଇଥିଲେ । ପରିବାରର ସଦସ୍ୟ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ବର୍ତ୍ତମାନ ଗୁରୁତର ଆହତ ଯୁବକ ଜଣକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।ଏନେଇ ପୋଲିସ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇ ନଥିବା ଜଣାପଡିଛି ।

ରିପୋର୍ଟ : ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here