ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ସୃଷ୍ଟି ହୋଇଛି

0
188

 

ଦିଗପହଣ୍ଡି (ନିପ୍ର) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଗୋକର୍ଣପୁର ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଥିବା କିଛି ସାଗୁଆଣି ଗଛକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଗୋକର୍ଣପୁର ପଞ୍ଚାୟତର ସରପଞ୍ଚ ଓ ନିଜକୁ ବାଚସ୍ପତି ରିପ୍ରେଜେଣ୍ଟିବ ବୋଲି କହୁଥିବା ଅସିତ ସାହୁ ଗଛ ଲୋକଙ୍କୁ ନେଇ କିଛି ସାଗୁଆଣି ଗଛ କାଟିଥିଲେ। ଏହି ବିଷୟକୁ ନେଇ ଗ୍ରାମର କିଛି ବ୍ୟକ୍ତି ବିରୋଧ କରି ଦିଗପହଣ୍ଡି ବନବିଭାଗକୁ ହସ୍ତକ୍ଷେପ ଲୋଡି ସନ୍ଦେସ ଲେଖିଥିଲେ। ବନକର୍ମଚାରୀ ଆସିଥିଲେ କିନ୍ତୁ କୌଣସି ଲୋକଙ୍କୁ ଗିରଫ କରାଯାଇନାହିଁ ଓ କାଠ ଜବତ ମଧ୍ୟ କରାଯାଇନାହିଁ। ଅସିତ ସାହୁ କହିଛନ୍ତି ଯେ ନିଜେ ବିଡିଓରେ ଗଛ କାଟିବ ପାଇଁ କୌଣସି ପେରିମିଶନ ନେଇ ନାହାନ୍ତି । କିନ୍ତୁ ପ୍ରକୃତରେ କାହିଁକି ଦିଗପହଣ୍ଡି ବନବିଭାଗ କୌଣସି ପଦକ୍ଷେପ ନେଉନାହିଁ କିମ୍ବା କୌଣସି ରହସ୍ୟ କଥା ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here