ଗାଡି ଧୋଇବା ବେଳେ ହେଲପରଙ୍କ ମୃତ୍ୟୁ

0
362

ପାରଳାଖେମୁଣ୍ଡି ୧୬/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାନେଟ ନିକଟ ନାଳରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରଳାଖେମୁଣ୍ଡି ଠାରୁ ନବରଙ୍ଗପୁର ଯାଉଥିବା ସପ୍ତଗୀରି ନାମକ ଏକ ଘରୋଇ ବସର ହେଲପେର ବସ ଟିକୁ ଧୋଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ମୃତକ ଜଣେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନାଇରା ଗ୍ରାମର ଦୀନବନ୍ଧୁ ବୋଲି ଜଣା ପଡ଼ିଛି। ସବୁଦିନ ଭଳି ନିୟମିତ ବସଟି ଧୋଇବା ପାଇଁ ସେଠାକୁ ଯାଇଥିଲା କିନ୍ତୁ ରାସ୍ତା ପ୍ରଶସ୍ତିକରଣ ହୋଇଥିବା ଏବଂ ବିଜୁଳି ଖୁଣ୍ଟି ପୁରୁଣା ଜାଗାରେ ରହିଥିବା ବେଳେ ଡ୍ରାଇଭର ରାସ୍ତା କଡ଼ରେ ବହିକୁ ନେଇ ରଖିଥିବା ଫଳରେ ୧୧ କେଭି ବିଦ୍ୟୁତ ତାରଟି ଲାଗିଯାଇଥିଲା ଯାହାକି କେହି ଜାଣି ନଥିଲେ । ହେଲପର ଜଣ ବସକୁ ଧୋଇବା ବେଳେ ପାଣି ଓ ବିଦ୍ୟୁତର ସଂଯୋଗ ହୋଇଥିବା ଫଳରେ ଘଟଣାସ୍ଥଳରେ ହେଲପର ଦିନବନ୍ଧୁଙ୍କ ଜୀବନ ଚାଲିଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here