ଜାତୀୟ ମହିଳା କମିଶନଙ୍କ ଗଜପତି ଗ୍ରସ୍ତ

0
201

ପାରଳାଖେମୁଣ୍ଡି ୧୬/୯ – ଜାତୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖି ଦେବୀ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଏଠାରେ ବିଭିନ୍ନ ମହିଳା ସମଦ୍ଧିତ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ସେ ଆଜି ସକାଳ ୧୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ସକିଟ ହାଉସ୍ ଠାରେ ପହଞ୍ଚିଥିଲେ। ସେଠାରୁ ବିବାହ ତାଟିପେଟା ଗ୍ରାମରେ ଥିବା ସ୍ବଧାର ଗୃହକୁ ଯାଇ ସେଠାରେ ସମସ୍ତ ବିଷୟ ଅନୁଧ୍ୟାନ କରିଥିଲେ। ପରେ ବୃଦ୍ଧ ବୃଦ୍ଧା ମାନେ ରହୁଥିବା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ସମସ୍ତ ବିଷୟ ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ୱାନ ଷ୍ଟପ୍ ସେଣ୍ଟର ପରିଦର୍ଶନ କରିଥିଲେ। ସେ ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନ ଗୁଡିକ ବୋଲି ସେଠାକାର ପରିବେଶ ଅନୁଧ୍ୟାନ କରିଥିଲେ। ପାରଳାଖେମୁଣ୍ଡି ଠାରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା ଯାଇ ସେଠାରେ କର୍ମକତା ମାନଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ଜିଲ୍ଲାପାଳ ସମ୍ମଳନି କକ୍ଷରେ ଏକ ସମୀକ୍ଷା ବୈଠକ ଯୋଗଦେଇ ସମସ୍ତ ତଥ୍ୟ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ।


ରିପୋର୍ଟ: ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here