ବିକଳାଙ୍ଗଠୁ ଏଟିଏମ କାର୍ଡ ବଦଳାଇ ୧୨ହଜାର ଲୁଟିଲେ

0
231

ହିଞିଳିକାଟୁ ୧୬/୯ (ନିପ୍ର) ହିଞିଳିକାଟୁ ପୋୖର ପରିଷଦ ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଠକେଇ ଓ ଲୁଟେରାଙ୍କ ପଦୁର୍ଭାଵ ଦେଖାଦେଇଛି ।ଲୁଟେରା ଗେଙ୍ଗ କେବେ କେଉଁ ପ୍ରକାରେ ଲୁଟି ନେଉଥିବା ସହରରେ ଆଲୋଡନ ସୃଷ୍ଟି କରିଛି । କଲେଜ ଛକ ଏସବିଆଇ ଶାଖା ନିକଟରେ ଥିବା ଏଟିଏମ କାର୍ଡ ବଦଳାଇ ୧୨ହଜାର ଟଙ୍କା ଲୁଟ ହୋଇଥିବା ଘଟଣା ଜଣାପଡିଛି । ଲୁଟ ଘଟଣାର ଶିକାର ହେଉଥିବା ଜଣକ ହେଲେ ହିଞିଳି ଥାନା ଅନ୍ତର୍ଗତ ବୁରୁପଡା ଗ୍ରାମର ବାସିନ୍ଦା ଗଣପତି ଡାକୁଆଙ୍କ ବିକଳାଙ୍ଗ ପୁଅ ଅରୁଣ ଡାକୁଆ ।ସୂଚନାଯୋଗ୍ୟ ଅରୁଣ ସୋମବାର ଅପରାହ୍ନରେ ହିଞିଳିକାଟୁ ପୋୖର ପରିଷଦ କଲେଜ ଛକ ଏସବିଆଇ ଶାଖା ନିକଟସ୍ଥ ଏଟିଏମରୁ ତାଙ୍କ ୫ହଜାର ଟଙ୍କା ଉଠାଇଥିଲେ ।ଠିକ ସେହି ସମୟରେ ଲୁଟେରା ଗେଙ୍ଗର ଦୁଇ ଯୁବକ ତାଙ୍କ ପାଶୱାର୍ଡ ପରଖିଥିଲେ ସେ ବାହାରକୁ ବାହାରିବା ବେଳେ ବିକଳାଙ୍ଗ ଅରୁଣକୁ ଧକ୍କା ଦେବା ଫଳରେ ତାଙ୍କ ଏଟିଏମ କାର୍ଡ ତଳେ ପଡିଯାଇଥିଲା । ଲୁଟେରା କାର୍ଡଟି କୁ ଉଠାଇ ଅନ୍ୟ ଏକ ଏଟିଏମ କାର୍ଡ ଧରାଇ ଦେଇଥିଲା ।ବିକଳାଙ୍ଗ ଅରୁଣ ନିଜ ଏଟିଏମ କାର୍ଡ ଭାବି ସେଠାରୁ ଚାଲିଯାଇଥିଲା ।କିଛି ସମୟପରେ ୧୨ହଜାର ଟଙ୍କା ଉଠିଥିବା ମୋବାଇଲ କୁ ମେସଜ ଆସିଲା ।ସେ ସାଙ୍ଗେ ସାଙ୍ଗେ ଏଟିଏମ ପାଖକୁ ଆସିଦେଖିଲା ବେଳକୁ ଲୁଟେରା ମାନେ ସେଠାରୁ ଚମ୍ପଟ ମାରିଛନ୍ତି ।ପ୍ରଥମେ ଏସବିଆଇ ଶାଖା ପରିଚାଳକଙ୍କୁ ଏହି ବିଷୟରେ ଜଣାଇଥିଲେ । ପରେ ସେ ଏନେଇ ହିଞିଳି ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here