ଓଡ଼ିଶା ମୋଟର ଚାଳକ ସଂଘ, ବ୍ରହ୍ମପୁର ଶାଖା ପକ୍ଷ ରୁ ୫ଦଫା ଦାବୀ ରେ ଶୋଭାଯାତ୍ରା

0
427

ବ୍ରହ୍ମପୁର, ୧୭/୯- ଓଡିଶା ମୋଟର ଚାଳକ ସଂଘ, ବ୍ରହ୍ମପୁର ଶାଖା ପକ୍ଷ ରୁ ୫ ଦଫା ଦାବୀରେ ଏକ ବିଶାଳ ରାଲି ବାହାର କରାଯାଇଥିଲା। ସଂଘ ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀଙ୍କ ନେତୃତ୍ବ ରେ ଏକ ରାଲି ପୁରୁଣା ବସଷ୍ଟାଣ୍ଡ ଠାରୁ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଯ୍ୟନ୍ତ ଯାଇଥିଲେ। ବ୍ରହ୍ମପୁର ମହାନଗର ପରିସର ମଧ୍ଯ ରେ ଏକ ସ୍ଥାୟୀ ଟ୍ୟାକ୍ସି ଷ୍ଟାଣ୍ଡ ନିମନ୍ତେ ସ୍ଥାନ ପ୍ରଦାନ କରାଯିବା, ଚାଳକମାନଙ୍କୁ ମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସ୍ଥାନୀୟ ଅଂଚଳରେ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରଦାନ କରିବା, ମୋଟର ଚାଳକ ମାନଙ୍କ ନିମନ୍ତେ ଉପଯୁକ୍ତ ବିଶ୍ରାମ ଘର, ଆଲୋକ ବ୍ୟବସ୍ଥା ଓ ଶୌଚାଳୟ ର ସୁବନ୍ଦୋବସ୍ତ କରିବା, ରାଜ୍ୟ ସରକାର ଙ୍କ ଶ୍ରମ ବିଭାଗରେ ସମସ୍ତ ଚାଳକମାନଙ୍କୁ ପୁଞ୍ଜିକୂତ କରାଯାଇ ଡ୍ରାଇଭର କାର୍ଡ ପ୍ରଦାନ କରାଯିବା ଇତ୍ୟାଦି ଦାବୀ ରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ଯ ରେ ନୀଳମାଧବ ପାଠୀ, ଦୋବାରା ଗୌଡ, ଦିଲେଶ୍ବର ଦାସ, ଜିତେନ୍ଦ୍ର କୁମାର ପଣ୍ଡା, ଗୋପାଳ ସାହୁ, ପ୍ରସାଦ ରାଓ, ଦିଲ୍ଲିପ କୁମାର ରାଓ, ଟୁନା ମହାରଣା, ପୁରୁଷୋତ୍ତମ ଗୌଡ, ପଦ୍ମନାଭ ବେହେରା ପ୍ରମୂଖ ଏହି ରାଲି ରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here