ଜିଲ୍ଲାପାଳ ଓ ଏସପି:’ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

0
324

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଏସପି:’ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଅନୁପମ ଶାହା ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଓ ଏସପି: ସାରା ଶର୍ମା , ସମୁଦାୟ ୪୪ ଗୋଟି ଜନ-ଅଭିଯୋଗ’ର ଶୁଣାଣୀ କରିଥିଲେ । ଏଥିରେ ମୋଟ ୧୧ ଟି ବ୍ୟକ୍ତିଗତ ଓ ୩୩ ଟି ଗ୍ରାମ୍ୟ ସ୍ତରୀୟ ଗୋଷ୍ଠିଗତ ଅଭିଯୋଗ ରହିଥିଲା । ଏଥିରେ କେବଳ ଜଣକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦,ହଜାର ଟଙ୍କା’ର ସହାୟତା ରାଶି ପ୍ରଦାନ କରା ଯାଇଥିଲ ।
ଜନ- ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ , ରାସ୍ତାଘାଟ , ପାନୀୟଜଳ , ସ୍ବାସ୍ଥ୍ୟ , ପ୍ରଭୃତି ସମସ୍ୟା ସମେତ ଆବାସ ଓ ବିଜୁ ପକ୍କା ଘର ପ୍ରଭୃତି ଅଭିଯୋଗ ରହିଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଇବି କାର୍ଯ୍ୟକ୍ରମରେ ଡିଆରଡିଏ:’ର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ବିଡିଓ, ଲୁକାଶ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଗ୍ରାମର ଲୋକେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here