ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

0
203

ପାରଳାଖେମୁଣ୍ଡି ୧୮/୯- କାଶିନଗର ଥାନା କେ. ସୀତାପୁର ଆର ଆଇ ଅଫିସ୍ ନିକଟରେ ଥିବା ହାତୀ ବନ୍ଧ ପୋଖରୀରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନା ବିଞାନ ବଳି(୨୮) ଘର କେ. ସୀତାପୁର ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ସୋମବାର ଦିନ ରାତି ୮ ଘଣ୍ଟ ସମୟେରେ ବିଞାନ ଶୈଚ ପାଇଁ ଯାଇଥିଲା। ଅନେକ ରାତ୍ର ଯାଏ ଘରକୁ ଫେରି ନଥିଲେ ଫଳରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ମଙ୍ଗଳବାର ସକାଳୁ ହାତୀ ବନ୍ଧକୁ କେତେ ଲୋକ ଶୈଚ ପାଇଁ ଯିବା ସମୟରେ ସେଠାରେ ବିଞାନର ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ପରିବାର ଲୋକଙ୍କୁ ଜଣାଇବା ପରେ ବିଞାନର ବାପା ଭୈରବ ବଳି ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କାଶିନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here