ବ୍ଳକସ୍ତରୀୟ “ମୋ ଗେହ୍ଲା ଝିଅ” ଅନୁଷ୍ଠିତ

0
184

ହିଞିଳିକାଟୁ :-୧୮/୯ (ନିପ୍ର)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବୁଧବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ହିଞିଳିକାଟୁ ବ୍ଳକ ସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲାରେ ଝିଅମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି । ଜିଲା ପ୍ରଶାସନ ପକ୍ଷରୁ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଉପ ଜିଲ୍ଲାପାଳ କହିଥିଲେ । ଝିଅମାନେ ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହଁନ୍ତି ବୋଲି ସେ ପରାମର୍ଶ ଦେଇଥିଲେ। ଅତିଥି ବୃନ୍ଦ କିଛି ଶିଶୁଙ୍କ ପାଦରେ ହଳଦୀ ଅଳତା ଓ ମୁଣ୍ଡରେ ଚନ୍ଦନ ଟୋପା ଲଗାଇବାସହ କେକ୍‌ କାଟି ମା’ମାନଙ୍କୁ ପ୍ରଦାନ କରିଥିଲେ। ପୂର୍ବରୁ ଅତିଥିବୃନ୍ଦ କନ୍ୟା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ନେଇ ହିଞିଳିକାଟୁର ୨୧ଟି ପଞ୍ଚାୟତରେ ପଞ୍ଚାୟତ ଗ୍ରାମର ଶିଶୁକନ୍ୟା ମାଆଙ୍କୁ ସମ୍ମାନିତ କରାଯାଇଛି। ସେହିପରି ପ୍ରଥମେ ନନ୍ଦିକ ପଞ୍ଚାୟତ ବା ଗ୍ରାମରେ ଉପ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କନ୍ୟାସନ୍ତାନ ଓ ତାଙ୍କ ମା’ ମାନଙ୍କୁ ସମ୍ମାନିତ କରି ମିଷ୍ଟାନ୍ନ ବଣ୍ଟନ କରିବା ସହ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ। ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନ ଗ୍ରାମବାସୀଙ୍କ ପକ୍ଷରୁ ଅତିଥିବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୨୧ଟି ପଞ୍ଚାୟତ ଗ୍ରାମର ପରିସରରେ ଆୟୋଜିତ ସଚେତନତା ସଭାରେ ୩୬ଜଣ ଶିଶୁ କନ୍ୟା ମାଆମାନଙ୍କୁ ଏକ ବେବି କିଟ ମାନପତ୍ର ପ୍ରଦାନ ସହ ଚାରା ରୋପଣ କରାଯାଇଥିଲା ।ହିଞିଳିକାଟୁ ବ୍ଳକ ସମସ୍ତ ପଞ୍ଚାୟତର ସରପଞ୍ଚ ରଘୁନାଥ ବେହେରା,ବି ରବିନ୍ଦ୍ର, ମାଧୁରୀ ପାଣିଗ୍ରାହୀ, ପ୍ରତିମା ବେହେରା,ତ୍ରିନାଥ ପାଣିଗ୍ରାହୀ, ଉମାଶଙ୍କର ସାବତ, ଗୋୖରୀ ସାହୁ, ଲୋକନା ଗୌଡ଼, ଜି ମୋହନ, ରାଜେଶ ସାହୁ,ମୋନଜ ପ୍ରଧାନ,ସୁଧାଂଶୁ ସାହୁ ତ୍ରିନାଥ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଅଙ୍ଗନବାଡି କର୍ମୀ ,ଆଶାକର୍ମୀ, ସମିତି ସଭ୍ୟ/ସଭ୍ୟା, ପି ଆର ଆଇ ମେମ୍ବର, ପିଇଓ ସୁଶାନ୍ତ ପାତ୍ର,ଶିବରାମ ରଣା,ରାଜେନ୍ଦ୍ର ପଟନାୟକ, ବାସୁଦେବ ବେହେରା, କାଳୁ ଚରଣ ବେହେରା, ସୁପ୍ରଭାଇଜର ବନଜା ବେହେରା, ବାସନ୍ତୀ ଦେବୀ,ସୋନାଲି ବେହେରା, ଜେ ଲଷ୍ମୀ,ଉର୍ମିଳା ମହାପାତ୍ର, ଆଲୋକ ସାହୁ ପରିଚାଳନା କରିଥିବା ବେଳେ କିରଣ ବାଳା ପଣ୍ଡା, ସ୍ନିଗ୍ଧା ପାଢ଼ୀ, ସୁଜାତା ପଣ୍ଡା, ସରିତା ସାହୁ,ଅମ୍ବିକା ପ୍ରଧାନ, କବିତା ସାହୁ,ମମତା ଦେଇ କଲ୍ପନା ,ଗୀତାଞ୍ଜଳି, ତାପସି ପାଳ ସମେତ ଶତାଧିକ ମାଆ ମାନେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here