ଟଙ୍କା ଲୁଟ ଘଟଣାରେ ତିନି ଗିରଫ

0
217

ପାରଳାଖେମୁଣ୍ଡି ୧୯/୯–;ଗତ ୧୭ ତାରିଖ ଦିନ ମଧ୍ୟାହ୍ନ ସମୟରେ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରାଘାଟି ରାସ୍ତାରେ ହୋଇଥିବା ଟଙ୍କା ଲୁଟ ଘଟଣାରେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଟଙ୍କା , ମୋବାଇଲ ଓ ଅନ୍ୟାନ୍ୟ ସବୁ ଜବତ କରିଛି ବୋଲି ପାରଳାଖେମୁଣ୍ଡି ସ୍ତ୍ବିତ୍ ଆଦର୍ଶ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ଶର୍ମା ସୁଚନା ଦେଇଛନ୍ତି । ଏହି ଟଙ୍କା ଲୁଟ ଘଟଣା ସମ୍ପର୍କରେ ଅଧିକ ସୁଚନା ଦେଇ ଏସପି ସାରା ଶର୍ମା କହିଥିଲେ ଯେ , ଭାରତ ଫାଇନାନସିଆଲ ଇନକ୍ଲୁଜନ ଲିମିଟେଡ଼”ର ଜଣେ ଅଧିକାରୀ ସୂର୍ଯ୍ୟକାନ୍ତ ସେନାପତି , କଲେକ୍ସନ ଟଙ୍କା ଧରି ନୁଆଗଡ଼ରୁ ପାରଳାଖେମୁଣ୍ଡି ଫେରୁଥିବା ବେଳେ ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରା ଘାଟି ରାସ୍ତାରେ ୩ ଜଣ ମୁଁହରେ କନା ଗୁଡାଇ ହାତରେ ବଡ଼ ଠେଙ୍ଗା(ବାଡି) ଧରି ତାଙ୍କୁ ଅଟକାଇ ସେ ଧରିଥିବା ସମସ୍ତ କଲେକ୍ସନ ଟଙ୍କା ମୋଟ ୧ ଲକ୍ଷ ୯୩ ହଜାର ୯୦୯ ଟଙ୍କା ଲୁଟ କରି ନେଇ ପାହାଡ଼ ଉପରକୁ ପଳାଇଥିଲେ । ଏ ସମ୍ପର୍କରେ ଶ୍ରୀ ସେନାପତି , ସେହି ଦିନ ସନ୍ଧ୍ୟା ୬-୩୦’ରେ ସେରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ସେରଙ୍ଗ ଥାନା ପକ୍ଷରୁ ଲିଖିତ ଅଭିଯୋଗକୁ ଆଧାର କରି୧ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିଲେ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଲା ଯେ, ଟଙ୍କା ଲୁଟ ଘଟଣାରେ କେବଳ ୩ ଜଣ ହିଁ ସମ୍ପୃକ୍ତ ଅଛନ୍ତି ଏବଂ ମୁଖ୍ୟତଃ ଏହି ଟଙ୍କା ଲୁଟ ଘଟଣାଟି ସେନାପତିଙ୍କ ଉପରେ ପୂର୍ବ ଏକ ଘଟଣାର ରାଗ ଶୁଝାଈବା ପାଇଁ ପ୍ରତିଶୋଧ ନେବା ଉଦ୍ଦେଶ୍’ରେ ଏଭଳି କରାଯାଇଥିବା କହିଥିଲେ । ଯାହାକି , ପୁର୍ବରୁ ଘଟଣାରେ ସମ୍ପୃକ୍ତ ଥିବା ସିଦ୍ଧାନ୍ତ ମିଶାଲ’ର ମା’କୂ ଆବେଦନ ସତ୍ତ୍ୱେ ସେନାପତି ଯୋଗୁ ହିଁ ରୄଣ ଟଙ୍କା ସେହି ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ଼’ରୁ ମିଳି ନଥିଲା ବୋଲି ସନ୍ଦେହ କରି ଏବଂ ରାଗ ରଖି ଏଭଳି ଘଟଣା କରିଥିବା ଗିରଫ ୩ ଜଣ କହିଥିବା ଏସପି ସାରା ଶର୍ମା କହିଥିଲେ । ଗିରଫ ୩ ଜଣ ନୁଆଗଡ଼ ସ୍ଥାନୀୟ ଅଞ୍ଚଳର ସିଦ୍ଧାନ୍ତ କୁମାର ମିଶାଲ(୧୯) ଏବଂ ଅନ୍ୟ ୨ ଜଣ ୧୫ ଏବଂ ୧୭ ବର୍ଷ ବୟସର । ସେମାନେ ଲୁଟ ଟଙ୍କାକୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ କିନ୍ତୁ କାହାକୁ କିଛି କହି ନ ଥିଲେ । ସମସ୍ତ ଲୁଟ ଟଙ୍କା ସମେତ ଘଟଣାରେ ବ୍ୟବହାର କରିଥିବା ମୋବାଇଲ , ଠେଙ୍ଗା , ଟି-ସାର୍ଟ , ଜୋତା ହଳ , ପାୱାର ବେଙ୍କ ପ୍ରଭୃତି ଜବତ କରିଛନ୍ତି । ଏହି ଘଟଣାରେ ବଡ଼ ଥିବା ସିଦ୍ଧାନ୍ତ ମିଶାଳ’କୁ କୋର୍ଟ ଚାଲାଣ କରାଯିବ ଏବଂ ଅନ୍ୟ ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟ’ରେ ହାଜର କରାଯିବ ବୋଲି ଏସପି ଶର୍ମା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ପ୍ରକାଶ ଚନ୍ଦ୍ର ଜେନା ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here