ସମନ୍ୱିତ ଶିଶୁ ବିକାଶ ତରଫରୁ ପରିପୁଷ୍ଟି ମାସ ପାଳିତ

0
203

ହିଞିଳିକାଟୁ ୧୯/୯ (ନିପ୍ର) ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକରିଣୀ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଳକର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପରିପୁଷ୍ଟି ମାସ ଦିବସ ପାଳିତ ହୋଇଯାଇଛି ।ସ୍ଥାନୀୟ ବ୍ଳକର ୨୧ଟି ପଞ୍ଚାୟତ ପ୍ରତେକ ଗ୍ରାମ ଓ ସ୍ଥାନୀୟ ନଗରରେ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ହିଞିଳି, ମୁନିସିପାଲଟି,ସାରୁ,କଞ୍ଚୁରୁ, ବେଲଗାଁ ବିଏନ ପୁର ,ରାଳବ,ନନ୍ଦିକ,ପୋଚିଲିମା,ରଂଗୁଣିପଲ୍ଲୀ, ବଡଖଣ୍ଡି, ବେଳଗାଁ ,ଗଣ୍ଡଳା ଆଦି ଗ୍ରାମରେ ନିଜ ନିଜ ଅଙ୍ଗନବାଡି କେନ୍ଦ୍ରରୁ ବାହାରି ସାହି ଗଳିକନ୍ଦି ରେ ପରିକ୍ରମା କରିଥିଲେ ମାତୃ କମିଟିଗର୍ଭବତୀ, ପ୍ରସ୍ତୁତି ମା ମାନଙ୍କୁ କିପରି ଖାଦ୍ୟ ପ୍ରସ୍ତୁତ କରିବେ ତାହା ବୁଝାଇଥିଲେ ।ଶିଶୁର କିପରି ଯତ୍ନ ନେବା ସହ ବାଲ୍ୟ ବିବାହ ଶିଶୁ କନ୍ୟା ରୋକିବା ବିଷୟରେ ସଚେତନ କରିଥିଲେ । ପ୍ରମୁଖ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ,ମଞ୍ଜିସାଲଡ଼,ଗୁଡ ଗଜାମୁଗ,ପନି ପରିବା ସଂତୁଳା, ମାଣ୍ଡିଆ ତମ୍ପା,ବରା, ମିଠା ବରା,କାକରା,ସୁଜି ହାଲୁଆ,ସେମିଆ, ପୋଡା ପିଠା, ଚୁଡା ଖିରି,ଚାଉଳ ଖିରି, ସିଜା ବୁଟ,ସିଜା ଅଣ୍ଡା,କ୍ଷୀର, କଦଳୀ,ଡ଼ାଳିମ୍ବ, ସିଜା ଚିନାବାଦାମ,ସେଓ,ଇତ୍ୟାଦି ଫଳପାଚଲା,ସଜନା,ଭଣ୍ଡା, ଗାଜର ,ଦେଶୀପୋଟଳ ବିଭିନ୍ନ ସବୁଜ ପନିପରିବା ଆଦି ପୁଷ୍ଟିକର ଖାଦ୍ୟ ସମସ୍ତ ଖାଦ୍ୟ ପ୍ରଭୃତିକୁ ସିଡିପିଓ ଶୁଭଶ୍ରୀ ପାତ୍ର ପରିଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ଜେ ଲଷ୍ମୀ,ବନଜା ବେହେରା, ସୋନାଲି ବେହେରା, ବାସନ୍ତୀ ଦେବୀ ପ୍ରମୁଖଙ୍କ ସମେତ ସେକ୍ଟର ଅଙ୍ଗନବାଡି ସରିତା ସାହୁ, କିରଣବାଳା ପଣ୍ଡା, ସୁୁୁଜତା ପଣ୍ଡା, ସୁଜତା ସାହୁ,ମମତା ଦେଇ,ଅନମ ମଞ୍ଜରୀ ପଣ୍ଡା ,କନ୍ୟା କୁମାରି ପାଢ଼ୀ ,କଳ୍ପନା ପ୍ରଧାନ, ଅମ୍ବିକା ପ୍ରଧାନ, ମିରାବାଇ ସାହୁ,ଗୀତାଞ୍ଜଳି ପାଢ଼ୀ, ରଶ୍ମିତା ସାହୁ ସ୍ନିଗ୍ଧା ପାଢ଼ୀଙ୍କ ସମେତ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ଶୁଶୁକନ୍ୟା ମା ମାନଙ୍କ ସହିତ ବହୁ ଶିଶୁଙ୍କ ସହ ମାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here