ସଞ୍ଜୟ କୁମାର ମହାନ୍ତି ଦକ୍ଷିଣ ପୂର୍ବ ରେଳପଥ ର ନୂତନ ମହାପ୍ରବନ୍ଧକ

0
218

 

କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥ ର ନୂତନ ମହାପ୍ରବନ୍ଧକ ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି I ଏହା ପୂର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡ ରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନସିପାଲ ଏକଜୁକୁଟିଭ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ I

ଭାରତୀୟ ରେଳବାଇରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଯଥା ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିଛନ୍ତି I ଭାରତୀୟ ରେଳବାଇରେ ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ଏକ ଶ୍ରେଷ୍ଠ ପଣ୍ୟପରିବହନ ମଣ୍ଡଳ ଭାବେ ଠିଆ କରିବାରେ କରିବାରେ ଶ୍ରୀ ମହାନ୍ତିଙ୍କର ଭୂମିକା ପ୍ରଶଂସନୀୟ I

ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରେ ଡିଗ୍ରୀ ହାସଲ କରିବା ପରେ ୧୯୮୫ ମସିହାରେ ଭାରତୀୟ ରେଳବାଇ ଟ୍ରାଫିକ ସେବାରେ ଯୋଗଦାନ କରିଥିଲେ I ସେ ବାଲେଶ୍ୱର ର ଜଣାଶୁଣା ଆଇନଜୀବି ସ୍ବର୍ଗତ କୃଷ୍ଣ ପ୍ରସାଦ ମହାନ୍ତିଙ୍କର କନିଷ୍ଠ ପୁତ୍ର ଅଟନ୍ତି I ଶ୍ରୀ ମହାନ୍ତି ମଧ୍ୟ ମୁମ୍ବାଇ, ନାଗପୁର, ଝାନ୍ସୀ ଓ କୋଙ୍କଣ ରେଳପଥ ମାନଙ୍କରେ ବହୁ ବରିଷ୍ଠ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ବେଳେ ରେଳବାଇରେ ପ୍ରଣାଳୀ ନିର୍ମାତା (ସିଷ୍ଟମ ବିଲଡର) ଏବଂ ରେଳବାଇ ପ୍ରଶାସନରେ ନବୀନତା ଆଣିବାପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ I

LEAVE A REPLY

Please enter your comment!
Please enter your name here