ଖେମୁଣ୍ଡି କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

0
190

 

ଦିଗପହଣ୍ଡିି, ୨୧ା୯(ନିପ୍ର) :
ସ୍ଥାନୀୟ ଖେମୁଣ୍ଡି କଲେଜ ପରିସରରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରସାୟନିକ ବିଜ୍ଞାନ ସମ୍ମାନ ବିଭାଗର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ଏବଂ ଶେଷ ବର୍ଷ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ । ଏହି ଅବସରରେ କେକ୍ କାଟି ପରସ୍ପରକୁ ଖୁଆଇ ସ୍ୱାଗତ ଜଣାଇବା ସହିତ ସ୍ୱତନ୍ତ୍ର ଉତ୍ସବରେ କଲେଜ ଅଧକ୍ଷା ପ୍ରଣତି ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଭାଗୀୟ ମୂଖ୍ୟ ଅନୂପ କୁମାର ମିଶ୍ର, ହିମାଂଶୁ ଶେଖର ମିଶ୍ର, ଅକ୍ଷୟ ପାଢୀ ପ୍ରମୁଖ ଅଧ୍ୟାପକ ମଞ୍ଚାସୀନ ଥିଲେ । ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ରସାୟନିକ ବିଜ୍ଞାନ ବିଭାଗରେ ରହିଥିବା ଭବିଷ୍ୟତ ଏବଂ ଏହାକୁ ପାଥେୟ କରି ଛାତ୍ରଛାତ୍ରୀ ମାନେ ଆସନ୍ତା ଦିନରେ କିପରି ସଫଳତା ହାସଲ କରିପାରିବେ ସେନେଇ ଦିଗ୍ ଦର୍ଶନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ର ପ୍ରମେନନ୍ଦ ପଣ୍ଡା ଓ ଛାତ୍ରୀ ବର୍ଷା ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ ସେମିନାର୍ ସମ୍ପାଦକ ଆକାଶ କୁମାର ନାୟକ ସହସମ୍ପାଦକ ସୁଧିର କୁମାର ପଣ୍ଡା, ଶିବ ପ୍ରସାଦ ଆଚାରୀ ଓ ମୋନାଲିସା ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here