ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
186

ପାରଳାଖେମୁଣ୍ଡି ୨୩/୯- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ କାର୍ଯ୍ୟଳୟ ପରିସର ରେ ଥିବା ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ଶାହା, ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଅଧକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ସମ୍ପୃକ୍ତ ବ୍ଳକର ମୋଟ ୧୭ ଗୋଟି ପଞାୟତରୁ ସମୁଦାୟ ୯୧ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୫୭ଟି ଅଭିଯୋଗ ଆସିଥିବା ବେଳେ ଗୋଷ୍ଠୀ ସ୍ତରୀୟ ଭାବେ ୩୪ ଟି ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଶୁଣାଣିରେ ମାତ୍ର ୭ଟି ଜନ- ଅଭିଯୋଗ ସମାଧାନ ହୋଇ ଥିବାବେଳେ ସ୍ୱାସ୍ଥ୍ୟ ଚିକିତ୍ସା ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ମୁଖ୍ଯ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଜଣଙ୍କୁ ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୪ ଜଣଙ୍କୁ ଆଥିୀକ ରାଶି ସାହାଯ୍ୟ ପ୍ରଦାନ କରାଯାଇଥିଲା। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଗୋଷ୍ଠୀଗତ ଭାବେ ଆର. ଉଦୟଗିରି ଠାରେ ଏକ ସ୍ଥାୟୀ ଭାବେ ନୂତନ ଦୈନିକ ପରିବା ବଜାର କରିବାକୁ ଦାବି କରିଥିଲେ ।ଏଥି ସହିତ ଶିକ୍ଷା, ସ୍ବାସ୍ଥ୍ୟ ,ପାନୀୟ ଜଳ, ରାସ୍ତାଘାଟ ପ୍ରଭୃତି ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶେଷଦେବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଅମିତ ମଣ୍ଡଳ, ବିଡିଓ ପ୍ରଦୀପ କୁମାର ନାୟକଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ ସମସ୍ତ ପଞ୍ଚାୟତ ଅଞ୍ଚଳର ଆଦିବାସୀ ଯୋଗ ଦେଇଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here