ରବିବାର ଠାରୁ ହିଞିଳି ପ୍ରସିଦ୍ଧ ଦେବୀ ମାକନକଦୁର୍ଗାଙ୍କ ଷୋଡ଼ଶ ପର୍ବ

0
182

ହିଞ୍ଜିଳିକାଟୁ ୨୩/୧୯ ହିଞ୍ଜିଳିକାଟୁ ସ୍ଥିତ ହିଞିଳି ପ୍ରସିଦ୍ଧ ଦେବୀ ପୀଠ ମାଁ କନକଦୁର୍ଗାଙ୍କ ଷୋଡଶ ପୂଜା ପର୍ବ ରବିବାର ଆରମ୍ଭ ହୋଇଯାଇଛି । ଏହି ପୂଜାଉତ୍ସବ ୧୬ ଦିନ ଧରି ମାନଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ମାଁ ଙ୍କ ପୂଜା ରିତୀ ନିତୀ ଅନୁସାରେ ପ୍ରତେକ ଦିନ ଜଳାଭିଷେକ ହୋଇ ସନ୍ଧ୍ୟାରେ ସନ୍ଧ୍ୟାଆଳତୀ , ହୋମଯଜ୍ଞ ,ଭୋଗ ପ୍ରାସାଦ ସେବନ କାର୍ଯ୍ୟକ୍ରମ ହୋଇଥାଏ । ମାଁଙ୍କୁ ପ୍ରତିଦିନ ନୂତନ ବସ୍ତ୍ର ଓ ଅଳଙ୍କାର ସହ ମାର୍ଜଣା କରାଯାଇ ଭିନ୍ନ ଭିନ୍ନ ଭେଷରେ ସଜାଯାଇଥାଏ ।ମାଁ କନକ ଦୁର୍ଗା ଅଞ୍ଚଳର ପ୍ରସିଦ୍ଧ ଦେବୀ ରୂପେ ବହୁ ବର୍ଷ ପୂର୍ବରୁ ପୂଜା ପାଇ ଆସିଥାନ୍ତି। ମା କନକଦୁର୍ଗାଙ୍କୁ ଦର୍ଶନ ଲାଗି ପ୍ରତିଦିନ ସହରରୁ ବହୁ ଭକ୍ତ ସନ୍ଧ୍ୟା ଆଳତିରେ ଭିଡ ଲାଗି ରହିଥାଏ । ସବୁ ବର୍ଷ ୫ଦିନ ଧରି ମନ୍ଦିର ପରିସରରେ ହେଉଥିଲା ବେଳେ ଏ ବର୍ଷ ହିଞ୍ଜିଳି କାଳୀ ମନ୍ଦିର ଛକ ଠାରୁ ମାକନକଦୁର୍ଗା ମନ୍ଦିର ସହ ମନ୍ଦିର ପରିସର ବିଭିନ୍ନ ଆଲୋକ ମାଳାରେ ସଜାଯାଇଥିବା ଦେଖିବା କୁ ମିଳିଛି । ଦର୍ଶନ ନିମନ୍ତେ ଜନସମାଗମ ଥିବା ନେଇ କମିଟି ସଦସ୍ଯ ମାନେ ସୁପରିଚାଳନା କରିଥାନ୍ତି । ସେହିପରି ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳର ଦେବୀ ଶକ୍ତିପୀଠ ପରିସରରେ ଶୋଡ଼ଷ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି।
ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here