ଉପ ଜିଲ୍ଲାପାଳଙ୍କ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା ବୈଠକ

0
363

ହିଞିଳିକାଟୁ ୨୫/୯ (ନିପ୍ର) ଗଞ୍ଜାମଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ଗ୍ରସ୍ତରେ ଆସି ବହୁ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ହୋଯାଇଛି ।ଏହି ସମୀକ୍ଷା ବୈଠକ ବୁଧବାର ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଆୟୋଜିତ ବୈଠକରେ ସ୍ଥାନୀୟ ବ୍ଳକର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରାଯାଇଥିଲା । ମୁନିସିପାଲଟି ଆରଏମସି ପରିସରରେ ନିର୍ମାଣଧିନ ଥିବା ୮୦ଟି ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାରାହୀ ପାହାଡ଼ ନିକଟରେ ନିର୍ମାଣ ହେବାକୁ ଥିବା ୟୁକୋ ଟୁରିଜିୟମ ବ୍ଳକ ଖରିଡ଼ା- ଚାନ୍ଦୁଲି ରାସ୍ତାରେ ସେତୁ ନିର୍ମାଣ ଓ ବ୍ଳକ ପୋୖରାଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଛି ।ଆୟୋଜିତ ସମୀକ୍ଷା ବୈଠକରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଯୋଗାଣ ନିରିକ୍ଷକ ପୂର୍ଣ୍ଣଞ୍ଜୟ ସାହୁ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଏଇଇ ଉମାଚରଣ ପାଢି, ଲଡ଼ୁ କିଶୋର ପଣ୍ଡା, ଆରଡ଼ବ୍ଳ୍ୟୁଏସଏସ ଏସଡ଼ିଓ ଟି.ବି. ଶଙ୍କରମ୍, ଏଇ ରବିନ୍ଦ୍ର ନାୟକ, ଜେଇ ପ୍ରସନ୍ନ ଦଳାଇ, ଦିଲ୍ଲିପ କୁମାର ମିଶ୍ର, ବିପିସି ନଳିନି ସିଂ, ବ୍ରହ୍ମପୁର ଏମ. ଆଇ. ଏଇ ଅରୁଣ କୁମାର ଶୁକ୍ଳା, ଏମ.ଆଇ ବିଭାଗୀୟ ଏସଡ଼ିଓ ଉମା ଶଙ୍କର ସେଠି, ଉଠା ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ, ଆର.ଡ଼ି. ଏସଡ଼ିଓ ପ୍ରଦୀପ କୁମାର ପାଢି, ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ କେ. ନିମାଇଁଚାନ୍ଦ ମହାପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here