ଜାତୀୟ ସେବା ଦିବସ ର ୫୦ତମ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
203

ବ୍ରହ୍ମପୁର,୨୫/୯- ଖଲିକୋଟ ମହା ବିଦ୍ୟାଳୟ ପରିସରରେ ଜାତୀୟ ସେବା ଦିବସ (ଏନ୍ ଏସ ଏସ) ର ୫୦ତମ ଜୟନ୍ତୀ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। “ବୃକ୍ଷ ହି ଜୀବନ” ମହତ୍ଵ କୁ ସଫଳ କରିବାପାଇଁ ଏନ୍ ଏସ ଏସ ର ଏହା ଥିଲା ଏକ ନିଆରା ପଦକ୍ଷେପ। ମହାବିଦ୍ୟାଳୟର ୬୦ରୁ ଉର୍ଦ୍ଧ ଛାତ୍ରଛତ୍ରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାବିଦ୍ୟାଳୟକୁ ସବୁଜ ସୁନ୍ଦର କରିବାପାଇଁ ଶପଥ ନେଇଥିଲେ। ଲଗାଣ ବର୍ଷା ହେଉଥିଲେ ମଧ୍ୟ ଏହା ସ୍ଵେଚ୍ଛାସବୀ ମାନଙ୍କ ମନର ଦୃଢ଼ତାକୁ ଭାଙ୍ଗି ପାରିନଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଉତ୍ତମା ଜେନା, ସେବା ଦିବସର ଗୁରୁତ୍ବ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଓ ଦେଶ ସେବାରେ ନିସର୍ତ ସେବା ପ୍ରଦାନକୁ ଉତ୍ସାହିତ କରିଥିଲେ। ଏହିପରି ଏକ ମହାନ ଦିନରେ ବୃକ୍ଷ ରୋପଣ କରି ସମାଜରେ ଏକ ସକାରାତ୍ମକ ବାର୍ତ୍ତା ଆଣିବ ବୋଲି ଶ୍ରୀମତୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ଏନ୍ ଏସ ଏସ ସଂଯୋଜକା କହିଥିଲେ।
ଏନ୍ ଏସ୍ ଏସ ଦିବସର ଶୁଭେଚ୍ଛା ଜଣାଇବା ସହ ବୃକ୍ଷରୋପଣ ର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏନ୍ ଏସ ଏସ ର ସଂଯୋଜକ ଡଃ ପ୍ରଭାତ କୁମାର ସାହୁ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମହେନ୍ଦ୍ର କୁମାର ବେହେରା, ନିତୁରଞ୍ଜନ ଦାଶ, ରତ୍ନାକର ପଳେଇ, ବେଦ ପ୍ରକାଶ ପଣ୍ଡା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here