ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
288

 

ଦିଗପହଣ୍ଡି: (ନିପ୍ର) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଲୋକମାନଙ୍କ ଯେଉଁ ସବୁ କାର୍ଯ୍ୟ ତହସିଲ କାର୍ଯ୍ୟାଳୟ ରାଜସ୍ବ ବିଭାଗରେ ହେଉଥିଲା ଏଣିକି ସେହି ସବୁ କାର୍ଯ୍ୟ ଏହି କାର୍ଯ୍ଯ ମାଧ୍ୟମରେ ତହସିଲ ପ୍ରତି ଗାଁ କୁ ଯାଇ ଲୋକମାନଙ୍କ ସମସ୍ୟା ବୁଝିବା ସହ କାର୍ଯ୍ଯକୁ ତ୍ବରାନ୍ବିତ କରାଯିବ ପାଇଁ ଲୋକମାନଙ୍କୁ ସଚେତନ କରାଯିବ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତହସିଲଦାର ସ୍ବାଇଁ କହିଛନ୍ତି । ଏହି କାର୍ଯ୍ୟକ୍ରମ ମାସକୁ ଚାରୋଟି ଜୋନରେ କରାଯିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାଜସ୍ବ ବିଭାଗ ସର୍କଲରେ ଥିବା ଦିଗପହଣ୍ଡି ଏନଏସି , ପଦ୍ମନାଭପୁର , ସିଦ୍ଧେଶ୍ୱର , ବାସୁଦେବପୁର ଏଭଳି ୮ ଟି ପଞ୍ଚାୟତକୁ ନେଇ ଏକ ମେଗା ଇଭେଣ୍ଟ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ରାଜସ୍ବ ନୀରିକ୍ଷକ ରତ୍ନାକର ସ୍ବାଇଁ , ପଦ୍ମନାଭପୁର ରାଜସ୍ବ ନୀରିକ୍ଷକ ଫକୀରମୋହନ ରାଉତ , ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି , ଭୀମସେନ ସାହୁ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ , ଅସିତ ସାହୁ , ପିତାମ୍ବର ଗୈାଡ , ବିଭୂତି ଭୂଷଣ ମହାପାତ୍ର , ଶିବରାମ ପ୍ରଧାନ , ଦିଲିପ ସେଠୀ , ରବିଚନ୍ଦ୍ର ଗୈାଡ , ରମେଶ ଚନ୍ଦ୍ର ପାତ୍ର , ରମେଶ ପାଢ଼ୀ , କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here