ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାମାନ ଙ୍କୁ ସ୍ୱାବଲମ୍ୱୀ କରିବା ଲାଗି ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
357

ପୁରୁଷୋତ୍ତମପୁର:୨୫/୯-ଘରର ଚାରି କାନ୍ଥ ମଧ୍ୟରେ ଆଉ ବାନ୍ଧି ହୋଇ ରହୁନାହାନ୍ତି ମହିଳା । ବର୍ତ୍ତମାନ ସେମାନେ ଅଣ୍ଟା ଭିଡ଼ିଛନ୍ତି ନିଜେ ରୋଜଗାର କ୍ଷମ ପାଇଁ । ପରିବାରକୁ ସଠିକ ଭାବେ ପ୍ରତିପୋଷଣ କରିବା ଏବଂ କିଛି ଟଙ୍କା ପାଇବା ଆଶା ନେଇ ଘର ବାହାରକୁ ବାହାରିଛନ୍ତି । ମହିଳା ମାନଙ୍କର ଏ ପ୍ରକାର କାର୍ଯ୍ୟକୁ ସଫଳତା କରିବା ପାଇଁ ରାଜ୍ୟ ସରକାର ଓ ମତ୍ସ୍ୟ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ଋଣ ପ୍ରଦାନ କରାଯାଇଥାଏ । ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଋଣ ଆଣିବା ପରେ ଏହି ଟଙ୍କାକୁ ନିଜର ବ୍ୟବସାୟରେ ଲଗାଇ ଲାଭବାନ ହେଉଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଗ୍ରାମ ପଞ୍ଚାୟତ ପୋଖରୀରେ ମତ୍ସ୍ୟ ଚାଷ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରାଣୀମିତ୍ର ମାନଙ୍କ ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ ଦ୍ୱିଦିବସୀୟ  ପ୍ରଶିକ୍ଷଣ ଓ ଏବଂ କ୍ଷେତ୍ର ପିରଦର୍ଶନ କାର୍ଯ୍ୟକ୍ରମ  । ଏହି କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ଆତ୍ମା କୋଠା ପରିସରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ୩୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ  । ପ୍ରଥମେ ମାଛ ଚାଷ କରିବା ଲାଗି ସରକାରଙ୍କ ଠାରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା , କୈାଶଳ ଓ  ଏହା ଦ୍ୱାରା କିଭଳି ଲାଭବାନ ହୋଇପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା  । ପରେ ଏହି ମହିଳା  ମାନଙ୍କୁ କ୍ଷେତ୍ର ପରିଦର୍ଶନରେ ସୁନ୍ଦରପୁର, କରାତଳୀ ଓ ପଦ୍ମବତୀ ଗାଁ ପରିଦର୍ଶନ କରାଯାଇଥିଲା  । ବିଭିନ୍ନ ପୋଖରୀ ବୁଲିବା ସହ ମତ୍ସ୍ୟ ଚାଷ ସମ୍ୱନ୍ଧିୟ ସମ୍ୟକ ସୂଚନା ପ୍ରଦାନ କରାଇଥିଲେ ମତ୍ସ୍ୟ ବିଭାଗର ଅଧିକାରୀ ମାନେ  । ଏହି ଦୁଇ ଦିନିଆ କର୍ମଶାଳାରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ପୁରୁଷୋତ୍ତମପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୂସୁଦନ ମହାରଣା, ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ, ଆସିଷ୍ଟାଣ୍ଡ ଅାଗ୍ରିକଲଚର ଅଫିସର ବାବୁଲି ଚରଣ ସେଠୀ ଓ ଦେବାଶିଷ ବିନ୍ଧାଣୀ, ଅତିରିକ୍ତ ଉଦ୍ୟାନ ଅଧିକାରୀ ଦେବାଶିଷ ମାର୍ଥା, ଛତ୍ରପୁର ଅତିରିକ୍ତ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ନାୟକ , ପୁରୁଷୋତ୍ତମପୁର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଫ୍ଲୋରା ମହାନ୍ତି,କୁକୁଡାଖଣ୍ଡି ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସଚିତା ରାଣୀ କର , ୱାର୍ଲଡ ଫିସ୍ ର ଜୋନାଲ ମ୍ୟାନେଜର ତୁଳସୀ କୁମାର ଓ ମିଶନ ଶକ୍ତିର ପୁରୁଷୋତ୍ତମପୁର ବ୍ଲକର ପ୍ରୋଜେକ୍ଟ କୋଅଡିନେଟର ରଜତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ  । ଗତ କାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି  । 

LEAVE A REPLY

Please enter your comment!
Please enter your name here