ବ୍ରହ୍ମପୁର ରେ ଭାରତୀୟ ଡାକ ବିଭାଗ ର ସର୍ବଭାରତୀୟ ଭାରତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ଯ ପ୍ରତିଯୋଗିତା ଅୟୋଜନ ହେବ

0
182

ବ୍ରହ୍ମପୁର, ୨୫/୯-ଭାରତୀୟ ଡାକ ବିଭାଗ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ସର୍ବଭାରତୀୟ ଭାରୋତ୍ତଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ଯ ପ୍ରତିଯୋଗିତା ଅୟୋଜନ କରିବାକୁ ଯାଉଛି। ଭାରତୀୟ ଡାକ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଅନ୍ତର୍ନିହିତ ଖେଳକୁଦ ଗୁଣ ର ପରିପ୍ରକାଶ ଉଦ୍ଦେଶ୍ଯ ରେ ଏହି ପ୍ରତିଯୋଗିତା ଆସନ୍ତା ୨୬ ତାରଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ରେ ଅନୁଷ୍ଠିତ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ମୂଖ୍ଯ ମହାଡାକପାଳ ସୁଚନା ପ୍ରଦାନ କରିଛନ୍ତି। ଏଥି ରେ ୧୮ ରାଜ୍ୟ ର ପ୍ରାୟ ୧୫୦ ପ୍ରତିଯୋଗୀ ଭାଗ ନେବେ। ସର୍ବଭାରତୀୟ ତଥା ରାଜ୍ୟ ସ୍ତରୀୟ ବିଚାରକ ମଣ୍ଡଳୀ ଦ୍ବାରା ସମସ୍ତ ପ୍ରତିଯୋଗିତା ମୂଲ୍ଯାୟନ କରାଯିବ। ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଏକ ସ୍ମାରକୀ ଡାକ ଲଫାପା ଉନ୍ମୋଚନ କରାଯିବାର କର୍ଯ୍ୟକ୍ରମ ରହିଛି। ଆସନ୍ତା ୨୯ ତାରିଖ ଉଦଯାପନୀ ସଭା ରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୂଖ୍ଯ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here