ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ମୋ ଗାଁରେ ତହସିଲ ଶିବିର, ଲୋକେ ରାଜସ୍ୱ ବିଭାଗର ସମସ୍ତ ସୁବିଧା ପାଇବେ ହାତପାହାନ୍ତାର

0
197

ଛତ୍ରପୁର,୨୬/୯–ରାଜସ୍ୱ ବିଭାଗରେ ଥିବା ମାମଲା ଗୁଡିକରେ ତ୍ୱରିତ ଫଇସଲା ସହ ହାତପାହାନ୍ତାରେ ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେବ “ ମୋ ଗାଁରେ ତହସିଲ ଶିବିର “ କାର୍ଯ୍ୟକ୍ରମ ।
ଆସନ୍ତା ୨୯ ତାରିଖରୁ ସର୍କଲ ସ୍ତରରେ ଏହି ଶିବିର ଆରମ୍ଭ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ଜିଲ୍ଲାପାଳଙ୍କ ଦ୍ୱାରା ମୋ ଗେହ୍ଲା ଝିଅ, ମୋ ନିବେଦନ, ପିଲାଟିଏ ଗଛଟିଏ , ସ୍କୁଲରେ ତଳେ ବସିବାକୁ ନା, ଶିକ୍ଷକଙ୍କୁ ଶ୍ରେଣୀ ଗୃହକୁ ମୋବାଇଲ ମନା, ଅଭିଯୋଗ ପାଇଁ ସ୍ୱତନ୍ତ୍ର ମୋବାଇଲ ନମ୍ୱର, ସ୍ୱୟଂସିଦ୍ଧା ଓ ନିର୍ଭୟ କଢି ଭଳି ଅଭିନବ କାର‌୍ୟ୍ୟକ୍ରମ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି “ମୋ ଗାଁରେ ତହସିଲ ଶିବିର” ।
ଏଥିରେ ବାସ ଗୃହ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର , ଆୟବ୍ୟୟ ଆଦି ପ୍ରମାଣ ପତ୍ର ପାଇଁ ତହସିଲ ଓ ରାଜସ୍ୱ କାର‌୍ୟ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡିବ ନାହିଁ । ସମସ୍ତ ପ୍ରମାଣପତ୍ରକୁ ଏହି ଶିବିରରେ ଦାଖଲ କରି ସେଦିନ ହିଁ ଆବଶ୍ୟକ ପ୍ରମାଣ ପତ୍ର ପାଇ ପାରିବେ ଲୋକେ ।

LEAVE A REPLY

Please enter your comment!
Please enter your name here