ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ

0
200

ଗୋପାଳପୁର,୨୭/୯ – ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସର ରେ ଗଂଜାମ ଜିଲ୍ଲା ଗୋପାଳପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ଏସୋସିଏସନ ର ମିଳିତ ଉଦ୍ୟମ ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହୋଟେଲ ଏସୋସିଏସନ ସଭାପତି ଇଂଜିନିୟର ଉମା ଶଙ୍କର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋପାଳ ପୁର ପର୍ଯ୍ୟଟନ ସ୍ଥଳୀକୁ ବିଶ୍ୱ ମାନଚିତ୍ର ରେ କିପରି ସ୍ଥାନିତ କରାଯାଇପାରିବ ସେନେଇ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ଗଂଜାମ ର କଳା,ସଂସ୍କୃତି ଓ ବାଜ ଵାଜଣା ସହ ଗୋପାଳ ପୁର ଅଂଚଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯିବା ସହ ବେଳାଭୂମି ସଫେଇ କରାଯାଇଥିଲା ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ପର୍ଯ୍ୟଟନ ବିଭାଗ ଅଧିକାରୀ ଅମୀୟ କୁମାର ସେଠୀ , ଗୋପାଳ ପୁର ଏନଏସି ନିର୍ବାହୀ ଅଧିକାରୀ ଉମାକାନ୍ତ ସେଠୀ , ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ଼,ପାନ୍ଥ ନିବାସ ମ୍ୟାନେଜର ଙ୍କ ସମେତ ପର୍ଯ୍ୟଟନ ବିଭାଗର ବିଭିନ୍ନ ଅଧିକାରୀ, କର୍ମଚାରୀ ,ଓ ଗୋପାଳ ପୁର ଏନଏସି ର ସମସ୍ତ କର୍ମଚାରୀ, ଅଂଚଳ ବାସୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here