ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଲା ଦିଗପହଣ୍ଡି ବିଜେପି

0
176

 

ଦିଗପହଣ୍ଡି,୨୭ା୯
ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ନାମରେ ପ୍ରଣୟନ କରି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛି ଦିଗପହଣ୍ଡି ବିଜେପି । ପକ୍କା ଘର ନିର୍ମାଣ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳିତ କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା ଅଥବା ମୋ ଆବାସ ଯୋଜନାରେ ନାମିତ କରି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟ ସଂଘୀୟ ବ୍ୟବସ୍ଥାକୁ ବିରୋଧାଚରଣ କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପିର ଡକରା କ୍ରମେ ଦିଗପହଣ୍ଡି ବିଜେପି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ପୁଞ୍ଜିକୟାଁ ଛକ ଠାରେ ସମସ୍ତ ଦଳୀୟ କର୍ମୀ ସମବେତ ହେବା ପରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦିଗପହଣ୍ଡି ବିଜେପି ବିଧାୟିକା ପ୍ରାର୍ଥୀ ନାରୀ ନେତ୍ରୀ ପିଙ୍କି ପ୍ରଧାନ, ଯୁବ ନେତା ଅନନ୍ତ ମହାନ୍ତି ଓ ବାପି ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପରେ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ବିଡିଓ ହଳଧର ଶବରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here