ରାଜ୍ୟ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡର ନିର୍ଦ୍ଦେଶକ୍ରମେ ଅଧିକାରୀ ସ୍ତରରେ ଅଦଳବଦଳ : ବଦଳିଲେ ୭ ପୁଲିସ୍‌ ଅଧିକାରୀ

0
174

 

ଭୂବନେଶ୍ୱର, ୨୭/୯/_ରାଜ୍ୟ ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡର ନିର୍ଦ୍ଦେଶକ୍ରମେ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଢେଙ୍କାନାଳର ଅତିରିକ୍ତ ଏସ୍‌ପି ନଗେନ୍ଦ୍ର ପ୍ରସାଦ ନାୟକଙ୍କୁ ବୌଦ୍ଧର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ବର୍ତ୍ତମାନ ସେ କମିସନରେଟ୍‌ ପୁଲିସ୍‌ରେ ଡେପୁଟେସନ୍‌ରେ ରହିବେ। ସେହିପରି ଭଞ୍ଜନଗରର ଅତିରିକ୍ତ ଏସ୍‌ପି ସନ୍ତୋଷ କୁମାର ଦାସଙ୍କ ଗୁଇନ୍ଦା ବିଭାଗକୁ ହୋଇଥିବା ବଦଳିକୁ ରଦ୍ଦ କରିଦିଆଯାଇଥିଲା ବେଳେ ତାଙ୍କୁ ଭୁବନେଶ୍ବରରେ ଅତିରିକ୍ତ ଡିସିପି ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଯାଜପୁର ଆଇୟୁସିଏଡବ୍ଲୁର ଡିଏସ୍‌ପି ରବୀନ୍ଦ୍ର ନାଥ ଶତପଥୀଙ୍କୁ କମିସନରେଟ୍‌ ଏସିପି, କମିସନରେଟ୍‌ ଏସିପି ନାରାୟଣ ଚନ୍ଦ୍ର ବାରିକଙ୍କୁ ଯାଜପୁର ଆଇୟୁସିଏଡବ୍ଲୁର ଡିଏସ୍‌ପି ଭାବେ ବଦଳି କରାଯାଇଛି। କମିସନରେଟ ଏସିପି କିଶୋର ଚନ୍ଦ୍ର ଦାଶଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଭାବେ ଏବ˚ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ପ୍ରମୋଦ କୁମାର ରଥ କମିସନରେଟ୍‌ ଏସିପି ଭାବେ ପୁନଃ ବଦଳି ହୋଇଛନ୍ତି। କମିସନରେଟ୍‌ ଏସିପି ଅନୁପ କୁମାର କାନୁନ୍‌ଗୋଙ୍କୁ ଖୋର୍ଦ୍ଧା ଆଇୟୁସିଏଡବ୍ଲୁର ଡିଏସ୍‌ପି ଭାବେ ବଦଳି କରାଯାଇଛି। ଅକ୍ଟୋବର ୩ ତାରିଖ ସୁଦ୍ଧା ଉପରୋକ୍ତ ଅଧିକାରୀମାନେ ସେମାନଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here