୨୭ ବର୍ଷରେ ପଦାର୍ପଣ କରିବ ମାଁ ସିଂହ ବାହିନୀ ଦୂର୍ଗା ପୂଜା କମିଟି

0
237

ଦିଗପହଣ୍ଡିି, ୨୭/୯(ନିପ୍ର) :
ମାଁ ଦୂର୍ଗାଙ୍କ ଶାରଦୀୟ ଯାତ୍ରାରମ୍ଭ ପାଇଁ ଆଉ ମାତ୍ର ହାତ ଗଣତି କିଛି ଦିନ ରହିଛି । ବିଭିନ୍ନ ପୂଜା ପ୍ୟାଣ୍ଡେଲ ପୂଜା କମିଟି ମାନଙ୍କ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ସବୁ ଚୂଡାନ୍ତ କରିବା ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଉଛି । ମାଁଙ୍କ ନବରାତ୍ର ପୂଜା ଆରମ୍ଭ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଛି । ପୂଜା ପ୍ୟାଣ୍ଡେଲର ତୋରଣ ସ୍ଥାପନ, ସାଜସଜ୍ଜା ଏବଂ ମେଢ ନିର୍ମାଣ କାର୍ଯ୍ୟ ସବୁ ଜୋରସୋରରେ ଚାଲିଥିବା ପରିଲକ୍ଷିତ ହୋଇଛି । ଦିଗପହଣ୍ଡି ସହରର ଅଞ୍ଚଳ କଲୋନୀ ପୁଞ୍ଜିକୟାଁ ଛକ ସ୍ଥିତ ମାଁ ସିଂହ ବାହିନୀ ଦୂର୍ଗା ପୂଜା କମିଟି ଚଳିତ ବର୍ଷ ୨୭ ତମ ପୂଜା ମହୋତ୍ସବ ପାଳନ କରିବାକୁ ଯାଉଛି । ଅଶ୍ୱୀନ ମାସ ଶୁକ୍ଲ ପ୍ରତିପଦା ଅର୍ଥାତ୍ ୨୯ ସେପ୍ଟେମ୍ବରରେ ବିଲ୍ୱ ଅଧିବେଶନ କରିବା ପରେ ନବରାତ୍ର ପୂଜାରମ୍ଭ ହେବ ବୋଲି ଜାଣିବାକୁ ମିଳିଛି । ପ୍ରତ୍ୟେକ ଦିନ ପୂଜା ମଣ୍ଡପରେ ମାଁ ଦୂର୍ଗାଙ୍କ ଷଡାଙ୍ଗ କାର୍ଯ୍ୟକ୍ରମ ପରେ ମାଁଙ୍କ ମହାସ୍ନାନ, ମହାପୂଜା, ସହସ୍ରାର୍ଚ୍ଚନ, ସନ୍ଧ୍ୟାଳତୀ, ଚଣ୍ଡି ପାଠ, ହୋମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜାଣିବାକୁ ମିଳିଛି । ୧୯୯୨ ମସିହାରୁ ଆରମ୍ଭ ହୋଇଥିବା ଏହି ଦୂର୍ଗା ପୂଜାକୁ ସମ୍ପ୍ରତ୍ତି ୨୭ ବର୍ଷରେ ପଦାର୍ପଣ କରିଥିବା ବେଳେ ସିଲଭର୍ ଜୁବ୍ଲି ମହୋତ୍ସବ ଠାରୁ ପ୍ରତି ବର୍ଷ ମହାଡମ୍ବରେ ଧୁମ୍ଧାମରେ ପାଳନ କରାଯାଉଥିବା ଜାଣିବାକୁ ମିଳିଛି । ଶିଳ୍ପୀ ବିଦ୍ୟାଧର ପାଣିଗ୍ରାହୀ ପୂଜା ପ୍ୟାଣ୍ଡେଲ ଆରମ୍ଭ ହେବା ଦିନ ଠାରୁ ପ୍ରତିବର୍ଷ ମାଁଙ୍କ ମୃଣ୍ମୟ ମୂର୍ତ୍ତି ପ୍ରସ୍ତୁତି କରି ଆସୁଛନ୍ତି । ଚାରି ଛକ ଉପରେ ମେଢ ସ୍ଥାପିତ ହୋଇଥିବାରୁ ପୂଜାରମ୍ଭ ହେବେ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହୁଥିବା ପରିଲକ୍ଷିତ ହୋଇଥାଏ । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ଆକର୍ଷଣୀୟ ସାଜସଜ୍ଜା ଏବଂ ଆଲୋକମାଳା ସବୁ ସୁସଜ୍ଜିତ କରାଯିବାକୁ ଥିବା ବେଳେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବା ସହିତ ସ୍ୱେଚ୍ଛାସେବୀ ମାନେ କ୍ରମାଗତ ନିୟୋଜିତ ରହିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here