ଆର୍ଯ୍ୟନ ଗୁରୁକୁଳ କଲେଜ ହଷ୍ଟେଲ ରୁ ଛାତ୍ର ନିଖୋଜ,ଅଭିଭାବକ ମହଲରେ ଛନକା

0
176

ବ୍ରହ୍ମପୁର, ୨୭/୯ -ବ୍ରହ୍ମପୁର ପିଲା ଚୋରି ଲାଗି ରହିଥିବା ବେଳେ ପୋଲିସ ର ତ୍ୱରିତ ପଦକ୍ଷେପ ଯୋଗୁଁ ଉକ୍ତ ଶିଶୁ ଟି ମା କୋଳ କୁ ଫେରି ଥିବା ବେଳେ ଗୋଟିଏ ଘରୋଇ କଲେଜ ର ହଷ୍ଟେଲ ମଧ୍ୟରୁ ଛାତ୍ର ନିଖୋଜ ହେବା ଘଟଣାଅଭିଭାବକ ମହଲରେ ଛନକା ପସେଇ ଦେଇଛି।ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଭାବିନୀ ପୁର ର ଏକ ନିକାଂଚନ ସ୍ଥାନ ରେ ଥିବା ଆର୍ଯ୍ୟନ ଗୁରୁକୁଳ କଲେଜ ହଷ୍ଟେଲ ରୁ ଯୁକ୍ତଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ସିଦ୍ଧାର୍ଥ ସାହୁ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଅଛନ୍ତି। ସେ ହଷ୍ଟେଲରେ ରହି ପାଠ ପଢୁଥିଲେ। ଦୁଇ ଦିନ ପୂର୍ବରୁ ସିଦ୍ଧାର୍ଥ ଙ୍କୁ ମାଡ଼ ମାରିବା ପରେ ଚିକିତ୍ସିତ କରାଯାଉଥିଲା ବୋଲି ତାଙ୍କ ବାପା ନାରାୟଣ ସାହୁ ଅଭିଯୋଗ କରିଛନ୍ତି। ସିଦ୍ଧାର୍ଥ ନିଖୋଜ ହେବା ନେଇ କୌଣସି କଲେଜ କତ୍ତୃପକ୍ଷ ଉତ୍ତର ଦେଉନଥିବାରୁ ପୁଅକୁ ଖୋଜିବାକୁ ପୁଲିସର ଦ୍ୱାରସ୍ଥ ଲୋଡିଛନ୍ତି। ସେ ଏବେ ସଦର ଥାନାକୁ ଯାଇ ଏତଲା ଦେବା ପରେ ପୋଲିସ ଏହି ଘଟଣା କୁ ଗୁରୁତର ସହ ନେଇ କଲେଜ ର କିଛି କର୍ମଚାରୀ ଙ୍କୁ ଥାନା କୁ ଡକେଇ ପଚରା ଉଚାରା କରିଛିବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ କଲେଜ ରେପହଂଚିଛି। ତେବେ ହଷ୍ଟେଲରୁ ଛାତ୍ର ନିଖୋଜ ହେବା ଆଶ୍ଚର୍ଯ୍ୟର ବିଷୟ ହୋଇଥିବା ବେଳେ କଲେଜ ର ଢିଲା ସୁରକ୍ଷା ବ୍ୟବସ୍ଥା ନା ନିର୍ଯ୍ୟାତନା ତାହା ଜଣାପଡିବ ବୋଲି ଆଶା କରାଯାଉଛି।ଏ ନେଇ ସଦର ଥାନାରେ ଛାତ୍ର ର ପିତା ଅଭିଯୋଗ କରିବା ପରେ କେଶ ନଂ-୨୫୦/୧୯ ମାମଲା ରୁଜୁ ହୋଇ ତଦନ୍ତ ଅାରମ୍ଭ ହୋଇଛି

LEAVE A REPLY

Please enter your comment!
Please enter your name here