ଭାଜପାର ତରଫରୁ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ

0
538

ପାରଳାଖେମୁଣ୍ଡି ୨୮/୯– ପାରଳାଖେମୁଣ୍ଡି ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟଳୟ ପରିସରରେ ଆଜି ଦିନ ୧୧ ଘଣ୍ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମସ୍ୟା ନେଇ ଯଥା ରେଳବାଇ, ଚାଷୀବୀମା, କ୍ରୀଡ଼ାବିତ୍ ମାନଙ୍କ ପାଇଁ ଷ୍ଟାଡିଅମ୍ ସମସ୍ୟାକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଉପସ୍ଥିତ ରହି ମୁଖ୍ୟତଃ ପଲାସା ଗୁଣପୁର ପାସିଞେର ଏବଂ ରାଜାରାଣୀ ଏକ୍ସପ୍ରେସ୍ ଯାହାକି ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଛି ତାହାର ସମୟର ପରିବର୍ତ୍ତନ ଆଣିବା ପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀ ଯେଉଁ ପତ୍ର ଲେଖିଥିଲେ ତାହା ସେ ଗ୍ରହଣ କରି ବିଷୟରେ ପଦକ୍ଷେପ ନେବା ବୋଲି କହିଥିବା ସୂଚନା ଦେଇଥିଲେ। ସେହିପରି ପାରଳାଖେମୁଣ୍ଡି ସମେତ ଯେଉଁ ପ୍ତାଟଫମ ଗୁଡିକ ଅନୁନ୍ନତ ଅଛି ସେଗୁଡିକୁ ଉନ୍ନତିକରଣ କରାଯିବ ବୋଲି ବିଧାୟକମାନେ ଶ୍ରୀ ରାଓ ସୂଚନା ଦେଇଛନ୍ତି। ସେହିଭଳି ଗୋଷାଣୀ ବ୍ଳକରେ ୬ ଗୋଟି ପଞ୍ଚାୟତ ଓ ଗୁମ୍ମା ବ୍ଲକର ଯେଉଁ ଚାଷୀ ମାନେ କୃଷି ବୀମାଭୁକ୍ତ ହୋଇନାହାନ୍ତି ସେମାନଙ୍କୁ କୃଷି ବୀମାଭୁକ୍ତ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିଭଳି ଗତ କିଛି ଦିନତଳେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଗଜପତି ଗ୍ରସ୍ତର ଆସିଥିବା ବେଳେ ସେ ଗଜପତି ଷ୍ଟାଡିୟମର ବିଭିନ୍ନ ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ପ୍ରକାଶ କରିଥିଲେ। ଏଥିପାଇଁ ପାରଳାଖେମୁଣ୍ଡି ଷ୍ଟାଡିୟମର ଉନ୍ମତ୍ତି କରଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହା ସହ କାଶିନଗର, ଗୁମ୍ମା, ଗୋଷାଣୀରେ ମଧ୍ୟ ମିନୀ ଷ୍ଟାଡିୟମ ନିର୍ମାଣର ପ୍ରସ୍ତାବ ରହିଛି। ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ,ସାଂସଦ ଓ ବିଧାୟକଙ୍କ ପାଣ୍ଠି ମିଳିତ ଭାବେ ଉପଯୋଗ ହେବ ବୋଲି ବିଧାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ଜି ଭେଙ୍କଟରାବଣା, ପୂବତନ ନଗରପାଳ ପି. କୃିଷ୍ଣା ,ନୃସିଂହ ଚରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି. ଲତା, କାଶିନଗର ବ୍ଲକ୍ ଅଧକ୍ଷ ସି ଏଚ୍ ସିମାଦ୍ରି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here