ହିଞିଳିକାଟୁରେ ଗଡ଼ିଲା ଅଂହିସା ସଚେତନତା ରଥ

0
173

ହିଞିଳିକାଟୁ ୨୮/୯ :- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି ପାଳନ ଅବସରରେ ଜନସଚେତନତା ଓ ଦସ୍ତଖତ ଅଭିଯାନ ସହ ବିଶ୍ୱର ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାଯିବା ପାଇଁ ଓଡଶାର ମୁୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହିଞିଳିକାଟୁରେ ଗଡ଼ିଲା ଅଂହିସା ସଚେତନତା ରଥ । ମହାତ୍ମା ଗାନ୍ଧୀଙ୍କ ଅଂହିସା ନୀତିକୁ ନେଇ ୧୪୭ ଟି ରାଜ୍ୟର ନିର୍ବାଚନ ମଣ୍ଡଳୀର ବିଧାୟକ ଓ ବିଜେଡି କର୍ମୀମାନେ ଏହି ସଚେତନତା ରଥ ର ନେତୃତ୍ବ ନେଇଥିବା ବେଳେ । ଶନିବାର ହିଞ୍ଜିଳିକାଟୁ ନଗରରେ ଏହି ଅହିଂସା ରଥ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର ନେତୃତ୍ୱରେ ଶୁଭାରମ୍ଭ କରିଥିଲେ। ନଗର ବିଜେଡି ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ନିଳମଣି ପଟ୍ଟନାୟକ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ଉପ ନଗରପାଳ ହୃଦୟା ନନ୍ଦ ମହାପାତ୍ର, ଛାତ୍ର ବିଜେଡ଼ି ସଭାପତି ରିଙ୍କନ ପଣ୍ଡା, ପୂର୍ବତନ ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଶିବରାମ ଗୌଡ଼, କିରଣ ପଟନାୟକ, ପ୍ୟାରୀମୋହନ ପାଢ଼ୀ, ସରୋଜ କୁମାର ପଣ୍ଡା, ଯୁଧିଷ୍ଟିର ସ୍ୱାଇଁ, , ମାନସ ରଞ୍ଜନ ବେହେରା, ପର୍ଶୁରାମ ସାହୁ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବିମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ । ଅହିଂସା ରଥ ସ୍ଥାନୀୟ ବଇଞ୍ଚବଣିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଆଙ୍କୋରଡ଼ା ଅଞ୍ଚଳରେ ପହଞ୍ଚିଥିଲା । ଆଙ୍କୋରଡ଼ାରେ ରଥକୁ ଦେଖି ସାହିର ମହିଳାମାନେ ଫୁଲ ଚନ୍ଦନ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିଥିଲେ । ସେଠାରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା ପରେ ସେଠାର ଜାତୀୟ ରାଜପଥ ଲକ୍ଷ୍ମୀ ବଜାର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅଂହିସା ରଥ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରୁଥିବା ବେଳେ ହିଞ୍ଜିଳିକାଟୁ ଅଂଚଳରେ ଏହି କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଥିଲା
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here