୬୫ ତମ ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ

0
155

ପାରଳାଖେମୁଣ୍ଡି ୨୮/୯-ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ଚାଲିଥିବା ୬୫ତମ ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୧୪ ବର୍ଷରୁ କମ୍ ବାଳକ ବିଭାଗରେ ମାଲକାନଗିରି ବିଜୟୀ ହୋଇଥିବା ବେଳେ ଗଜପତି ଜିଲ୍ଲା ରନାସଆପ୍ ହୋଇଛନ୍ତି। ସେହିଭଳି ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଭୁବେନଶ୍ବର ଚମ୍ପାିୟନ ହୋଇଥିବା ବେଳେ ନୁଆଗଡ ଉପବିଜେତା ହୋଇଛନ୍ତି। ସେହିଭଳି ୧୭ ବର୍ଷରୁ କମ ବାଳକ ବିଭାଗରେ କୋରାପୁଟ ଜିଲ୍ଲା ଚମ୍ପିୟନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ରନାସଆପ୍ ହୋଇଛନ୍ତି। ଏହି ଉଦଯାପିନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନେଙ୍କ ମଧ୍ଯରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବି ସିଂ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ରାଧାବଲ୍କଭ ମଠର ମହନ୍ତ ରାଧାଚରଣ ଦାସଜି ମହାରାଜା ପ୍ରମୁଖ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ। ସେଷରେ ସଫଳତା ହାସଲ କରିଥିବା ଟିମ ଗୁଡିକୁ ପୁରସ୍କାର ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here