ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ।

0
3

ପୋଲସରା, ୧୫/୪/୨୬ : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଅଷ୍ଟ ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଏନସିସି ଲେଫନାଣ୍ଟ ବିନତା କୁମାରୀ ଦାସଙ୍କ ତତ୍ତ୍ୱାବଧାନରେ ଆଠ ଦିନ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିରର ଉଦଘାଟନୀ ସଭାରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୋଲସରା ବିଇଓ ଶ୍ରୀହର୍ଷବାବୁ ଖାଡ଼ଙ୍ଗା ଶିବିରକୁ ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟବକ୍ତା ଭାବେ ଦର୍ଶନ ଶାସ୍ତ୍ର ବିଭାଗ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଯୋଗଦେଇଥିଲେ। ଉଦଘାଟନୀ ସଭାରେ ପ୍ରିନ୍ସପାଲ ଡକ୍ଟର ନାୟକ, ମୁଖ୍ୟ ଅତିଥି ବିଇଓ ଶ୍ରୀ ଷଡଙ୍ଗୀ ଓ ମୁଖ୍ୟବକ୍ତା ପ୍ରାଧ୍ୟାପକ ଶ୍ରୀ ଗୌଡ଼ ବିଭିନ୍ନ ନାରୀମାନଙ୍କ ବିରତ୍ୱ କାହାଣୀ କହିବା ସହ ନାରୀ ଅବଳା ନୁହେଁ ସବଳା ଅଟେ। ତାହାକୁ ପ୍ରତିପାଦିତ କରିବା ପାଇଁ ଏହି ଅଷ୍ଟ ଦିବସିୟ ଆତ୍ମ ସୁରକ୍ଷା ଶିବିରରେ ମାଷ୍ଟର ଟ୍ରେନରଙ୍କ ଠାରୁ ଉତ୍ତମ ଭାବେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇ ଛାତ୍ରୀମାନେ ଯେପରି ଆତ୍ମ ସୁରକ୍ଷା ତାଲିମ ପାଇ ନିଜକୁ ସୁରକ୍ଷିତ ରହିପାରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ହେଉଅଛି ବୋଲି ଶିବିର ପରିଚାଲିକା ଲେଫନାଣ୍ଟ ଶ୍ରୀମତୀ ଦାସ ପ୍ରକାଶ କରିଥିଲେ। ଉଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ଵାଇଁ ସମସ୍ତଙ୍କୁ କକେଜ ପକ୍ଷରୁ ସ୍ଵାଗତ କରିବା ସହିତ ତାଲିମ ନେବାକୁ ଥିବା ଛାତ୍ରୀମାନଙ୍କ ସଫଳତା କାମନା କରିଥିଲେ। ଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ ରେମସା ପ୍ରଧାନ ଓ ଜ୍ୟୋତି ପାଣିଗ୍ରାହୀ ମାଷ୍ଟର ଟ୍ରେନର ଭାବେ ଆଠ ଦିନ ପାଇଁ ଯୁକ୍ତ ତିନି ପ୍ରଥମ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବେ।

LEAVE A REPLY

Please enter your comment!
Please enter your name here