ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ମୋ ଗାଁ ରେ ତହସିଲ କାର୍ଯ୍ଯକ୍ରମ ଅନୁଷ୍ଠିତ

0
251

ଦିଗପହଣ୍ଡ: ୨୯/୯ (ନିପ୍ର) ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ରବିବାର ଦିନ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ “ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ରାଜସ୍ବ ବିଭାଗ ପକ୍ଷରୁ ଦିଗପହଣ୍ଡି ତହସିଲ ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର , ବିଡିଓ ହଳଧର ଶବର , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ବିଇଓ ବସନ୍ତ କୁମାର ପଣ୍ଡା , ବିଆରସିସି ବାଲା ମାଝୀ , ବିଦ୍ୟାଳୟ ପ୍ରଧାନଶିକ୍ଷକ ରବିନ୍ଦ୍ର ପଣ୍ଡା , ଆଇନଜୀବୀ ହରପ୍ରସାଦ ରଥ , ଅଶେଷନାଥ ମିଶ୍ର , ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , କଇଠଡା ସରପଞ୍ଚ ଭୀମସେନ ସାହୁ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ , ସମିତି ସଭ୍ୟ ସୁଶାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବନଜା ନାଏକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ଜଣାପଡ଼ିଛି । ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ରାଜସ୍ବ ସମ୍ବନ୍ଧୀୟ ମାମଲା ଗୁଡ଼ିକର ତଦନ୍ତ କରାଯାଇ ସମାଧାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଦିଗପହଣ୍ଡି ତହସିଲ ଅଧିନସ୍ଥ ଆୟ ପ୍ରମାଣପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର , ପଛୁଆ ବର୍ଗ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ଆବଶ୍ୟକୀୟ ଜାତି ସମ୍ବନ୍ଧୀୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏଥିସହ ଦିଗପହଣ୍ଡି ତହସିଲ ଅଧିନରେ ଥିବା ଦିଗପହଣ୍ଡି , ପଦ୍ମନାଭପୁର , ବାସୁଦେବପୁର ଓ ସିଦ୍ଧେଶ୍ଵର ରାଜସ୍ବ ବିଭାଗ ସର୍କଲରେ ଥିବା ଓଡ଼ିଶା ଭୂ ସଂସ୍କାର ଆଇନ ଧାରା ୮ କ ଅନୁସାରେ ବିଭିନ୍ନ ବ୍ୟକ୍ତିବିଶେଷ ରୟତସତ୍ତ୍ବରୁ ଘରବାରି ପଟ୍ଟା ନିମନ୍ତେ ଆବଶ୍ୟକ ଖଜଣା ୩୬୧୦୦ ଟଙ୍କା ଦାଖଲ ଏବଂ ୧୦ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଟ ସତ୍ତ ଘରବାରି ପଟ୍ଟା , ଜାତୀୟ ପରିବାର କଲ୍ୟାଣ ଯୋଜନା

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here