୩୫ତମ ଅଲ୍ ଇଣ୍ଡିଆ ପୋଷ୍ଟାଲ ସର୍କଲ ଓ୍ବେଟ୍ ଲିଫିଟଙ୍ଗ, ପାଓ୍ବାର ଲିଫିଟଙ୍ଗ, ବେଷ୍ଟ ଫିଜିକ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
183

ବ୍ରହ୍ମପୁର, ୨୯/୯-ଓଡିଶା ଡାକ ସର୍କଲ ଆନୁକୂଲ୍ୟରେ ବ୍ରହ୍ମପୁର ବିଜୁପଟ୍ଟନାୟକ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ୪ ଦିନିଆ ୩୫ତମ ଅଲ୍ ଇଣ୍ଡିଆ ପୋଷ୍ଟାଲ ସର୍କଲ ଓ୍ବେଟ୍, ଲିଫିଟଙ୍ଗ, ପାଓ୍ବାର ଲିଫିଟଙ୍ଗ ଓ ବେଷ୍ଟ ଫିଜିକ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥି ରେ ଦେଶ ର ୧୮ ଟି ରାଜ୍ଯ ପୋଷ୍ଟାଲ ସର୍କଲ ରୁ ଶତାଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ। ଆଜି ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ସମାରୋହରେ ଓଡ଼ିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ର ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଫେସର ଗଣେଶୀ ଲାଲ ଦେଶର ଚିନ୍ତନ ଓ କର୍ତ୍ତବ୍ଯ ପ୍ରସଙ୍ଗ ରେ ମାହାତ୍ମ୍ଯା ଗାନ୍ଧୀ ଙ୍କ ସ୍ମୂତି ଚରଣ କରି ଡାକ ବିଭାଗ ପକ୍ଷ ରୁ ମାହାତ୍ମ୍ଯ ଗାନ୍ଧୀ ଙ୍କ ଓଡ଼ିଶା ଓ ବ୍ରହ୍ମପୁର ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରି ସାଧୁବାଦ ଜଣାଇ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ କୁତିତ୍ୟ ପ୍ରଦର୍ଶନ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ ଜାତୀୟ ସ୍ତର ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ଠାରେ ଅନୁଷ୍ଠିତ କରାଯାଇଥିବା ରୁ ଡାକ ବିଭାଗ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଚିଫ ପୋଷ୍ଟମାଷ୍ଟର ଜେନେରାଲ ଡଃ ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ ଶ୍ରୀ ଜଳେଶ୍ଵର କହଁର, ସମ୍ବଲପୁର ପୋଷ୍ଟମାଷ୍ଟର ଜେନେରାଲ ଶ୍ରୀ ଲଳିଟେନ୍ଦୁ ପ୍ରଧାନ ଉଦବୋଧନ ଦେଇଥିଲେ। ଏବଂ ପୋଷ୍ଟାଲ୍ ଓ ଜିଲ୍ଲା ର ପଦାଧିକାରୀ ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here