ପୂର୍ବ ତଟ ରେଲପଥ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ ଠାରେ ଟ୍ରେନ ଯାତ୍ରୀ ମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

0
186

 

ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା I ଯାତ୍ରୀମାନଙ୍କୁ ସଚେତନ କରିବାପାଇଁ ଶ୍ରୀ କୁମାର ଏବଂ ଅନ୍ୟ ଅଧିକାରୀ ମାନେ ପ୍ଲାଷ୍ଟିକ ବ୍ୟାଗ ସାଙ୍ଗରେ ନେଉଥିବା ଯାତ୍ରୀ ମାନଙ୍କୁ ସଚେତନତା ବାର୍ତା ପହଂଚାଇବା ପାଇଁ ଡିସପୋଜେବଲ ବ୍ୟାଗ ବଣ୍ଟନ କରିଥିଲେ I ଏହି ଅବସରେରେ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବI ପାଇଁ ରେଳବାଇ କର୍ମଚାରୀ ମାନେ ବିଭିନ୍ନ ସ୍ଲୋଗାନ ସହିତ ରାଲି ବାହାର କରି ସଚେତନ କରାଇଥିବାବେଳେ ନୂକଡ଼ ନାଟକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here