ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ଅବସରରେ ପ୍ରତିଯୋଗିତା

0
287

ପାରଳାଖେମୁଣ୍ଡି ୩୦/୯– ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ସଭାଗୃହ ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ଛାତ୍ରୀ ମାନେଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ ଏସ ଏସ) ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକା ଡଃ. ଭାରତୀ ପାଣିଗ୍ରାହୀ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ପୂର୍ବକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ. ରୀନା ସାହୁ ଯୋଗଦେଇ ନିଜ ଅଭିଭାଷଣ ରେ ସ୍ୱଛତା , ପରିବେଶ ସୁରକ୍ଷା ଓ ଜାତି ପ୍ରଥା ସମ୍ପର୍କରେ ଜାତୀୟ ପିତା ମହାତ୍ମା ଗାନ୍ଧୀ କିଭଳି ଗୁରୁତ୍ବ ଦେଇଥିଲେ ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟାପକା ବରଦା ଆଚାଯ୍ୟ, ଡଃ. କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ସ୍କୃତି ଚାରଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରଥମ ବର୍ଷର କଳା ଛାତ୍ରୀ ସୁନୀତା ପାଣିଗ୍ରାହୀ, ଦୂତୀୟ ପୁରସ୍କାର ଦୂତୀୟ ବର୍ଷର କଳା ଛାତ୍ରୀ ମଧୁସ୍ମିତା ଭୂୟାଁ, ଏବଂ ତୃତୀୟ ପୁରସ୍କାର ମନିତା ଶବର ଓ ଜେନିତା ରଇତ ଯୁଗ୍ମ ଭାବେ ଅଧିକାର କରିଥିଲେ। ଶେଷରେ ଡଃ. ରୀନା ସାହୁ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଡଃ. ଭାରତୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here