ଦିଗପହଣ୍ଡି ତହସିଲ କାର୍ଯ୍ଯାଳୟ ପରିସରରେ ସଡକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
175

ଦିଗପହଣ୍ଡି -:୧/୧୦(ନିପ୍ର) ସୋମବାର ଦିନ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ସଡକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପବିତ୍ର ଦଶହରା ପୂଜା ଅବସରରେ ସହରାଞ୍ଚଳ ଜନଗହଳି ପୂର୍ଣ୍ଣ ହେବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ହେଉଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କିଭଳି ଭାବରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇପାରିବ ଏବଂ ରାସ୍ତା ପାର୍ଶ୍ବରେ ପାର୍କିଂ ବ୍ୟବସ୍ଥା ବନ୍ଦ, ବିଭିନ୍ନ ଛକମାନଙ୍କରେ ବ୍ୟାପକ ପୋଲିସର ବନ୍ଦୋବସ୍ତ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର , ପୂର୍ତ୍ତ ବିଭାଗ ସ୍ଥାନୀୟ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଇଂ . ବାବୁଲି ଚାନ୍ଦ ଗୈାଡ , ସହକାରୀ ଯନ୍ତ୍ରୀ ଅଶୋକ କୁମାର ପୁହାନ , ଜାତୀୟ ରାଜପଥ ମନ୍ତ୍ରୀ ଦିବ୍ଯଞ୍ଜନୀ ପଣ୍ଡା , ଦିଗପହଣ୍ଡି ଥାନା ଏଏସ୍ଆଇ ଲଚ୍ଛମେୟା ରେଡ୍ଡୀ , ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ଗ୍ରାମ୍ଯ ପାନୀୟଜଳ ଓ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଦିପକ କୁମାର ବେହେରା , ଏସ୍ ଓ ବିଭାଗ ହେଡ କ୍ଳର୍କ ମୁରଲୀ ଦଳେଇ , ଚିକିଟି ଅବକାରୀ ବିଭାଗ ନିରୀକ୍ଷକ ଲକ୍ଷ୍ମଣ ଷଡ଼ଙ୍ଗୀ , ଦିଗପହଣ୍ଡି ଅବକାରୀ ବିଭାଗ ଉପ ନିରୀକ୍ଷକ ଅଭିରାମ ସାହୁ , ଦିଗପହଣ୍ଡି ମେଡ଼ିକାଲ ଅଫିସର ପାର୍ଥ , ପଦ୍ମନାଭପୁର ରାଜସ୍ବ ନୀରିକ୍ଷକ ଫକୀରମୋହନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here