ବିଦେଶ ମଦ ଜବତ ଜଣେ ଗିରଫ

0
163

 

ଦିଗପହଣ୍ଡି _:୩୦/୯( ନିପ୍ର) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୈାତମୀ ଗ୍ରାମରେ ସୋମବାର ଦିନ ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଏକ ଦୋକାନ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ୨.୭ ଲିଟର ବିଦେଶୀ ମଦ ବୋତଲ ଜବତ କରାଯାଇଥିବା ଜଣାପଡ଼ିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗୈାତମୀ ଗ୍ରାମର ରଞ୍ଜିତ ସାହୁ ବୋଲି ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ – ୩୨/୧୯-୨୦ ଅନୁଯାୟୀ ଅଭିଯୁକ୍ତ ରଞ୍ଜିତକୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢାଉ ଧରପଗଡରେ ଚିକିଟି ଅବକାରୀ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ଷଡ଼ଙ୍ଗୀ , ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , କନେଷ୍ଟବଳ ଶିଶିର କୁମାର ନାୟକ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here